ରାୟଗଡା: ଆହୁରି କଡାକଡି ହୋଇଛି କୋରୋନା କଟକଣା । ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଅହରହ ଚାଲିଛି ପରୀକ୍ଷା ନିରୀକ୍ଷା । ଆଜି ଜିଲ୍ଲାରୁ ପୁଣି 21 ଜଣଙ୍କ ସ୍ବାବ ନମୁନାକୁ ଭୁବନେଶ୍ବର ସ୍ଥିତ ଆରଏମସିକୁ ପଠାଯାଇଛି ।
ଗତ ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟରେ 7 ଜଣ ଓ ରବିବାର 10 ଜଣଙ୍କ ସ୍ବାବ ନମୁନା ପରୀକ୍ଷା ପରୀକ୍ଷା ପାଇଁ ପଠାଯାଇଥିବାବେଳେ, ଏହାର ରିପୋର୍ଟ ଆସି ପହଞ୍ଚିଛି । ଏମାନଙ୍କୁ ମଧ୍ୟରୁ 17ଟି ନମୁନା ନେଗେଟିଭ ରହିଥିବା କହିଛନ୍ତି ସିଡିଏମଓ ଅର୍ଦ୍ଧେନ୍ଦୁ ନାୟକ ।
ଏହା ସହ ଜିଲ୍ଲାର ମୋଟ 939 ଗାଁରୁ ମୋଟ 2487 ଜଣ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । 518 ଜଣ 14 ଦିନ କ୍ବାରେଣ୍ଟାଇନ ହୋମର ଅବଧିକୁ ଶେଷ କରିଥିବାବେଳେ, ଏମାନଙ୍କ ଠାରେ କୌଣସି କୋରେନା ଲକ୍ଷଣ ନାହିଁ । ସେପଟେ, କଟକଣା ପରେ ମଧ୍ୟ ରାତ୍ରୀରେ କେମିତି ରହିଛି ସହରର ଚିତ୍ର ତାକୁ ପରଖିବା ପାଇଁ ଆମ ପ୍ରତିନିଧି ସହରର ଗଳି କନ୍ଦି ବୁଲି ଦେଖିଥିଲେ। ସବୁଠି ରହିଥିଲା ନିସ୍ତବ୍ଧତା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ