ETV Bharat / state

ରାୟଗଡାରେ ଗୋଟିଏ ଦିନରେ ସର୍ବାଧିକ 164 କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ଅହେତୁକ ଭାବେ ବୃଦ୍ଧି ପାଉଛି କୋରୋନ ସଂକ୍ରମଣ ସଂଖ୍ୟା । ଯାହାକୁ ନେଇ ରାୟଗଡାରେ ମୋଟ ଆକ୍ରାନ୍ତ ସଂଖ୍ୟା 897ରେ ପହଞ୍ଚିଛି । ଅଧିକ ପଢନ୍ତୁ...

author img

By

Published : Aug 1, 2020, 3:27 PM IST

ରାୟଗଡାରେ ଗୋଟିଏ ଦିନରେ ସର୍ବାଧିକ 164 କୋରୋନା ଆକ୍ରାନ୍ତ ଚିହ୍ନଟ
ରାୟଗଡାରେ ଗୋଟିଏ ଦିନରେ ସର୍ବାଧିକ 164 କୋରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା: ଜିଲ୍ଲାରେ ଆଜି (ଶନିବାର) ସର୍ବାଧିକ 164 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା 897ରେ ପହଞ୍ଚିଛି । ଆସନ୍ତା ରବିବାର ଠାରୁ ଜିଲ୍ଲାକୁ 3 ଦିନ ପାଇଁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ ।

ସେହିପରି ଆଗଭଳି ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଶନିବାର ଓ ରବିବାର ସଟଡାଉନ ସହ ଅନ୍ୟ ଦିନ ମାନଙ୍କରେ ଲକଡାଉନ ଜାରି ରହିବ ବୋଲି ଘୋଷଣା ହୋଇଛି । 164 ଜଣଙ୍କ ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା 897ରେ ପହଁଞ୍ଚିଛି। ସେଥିରୁ 450 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 7 ଜଣଙ୍କର ମୃତ୍ୟୁ ଘଟିଛି ଓ 440 ଜଣ ସଂକ୍ରମିତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରେ ରାୟଗଡା ସହରର 49 ଓ ବ୍ଳକରୁ 5 ଜଣ, ଗୁଣୁପୁର ସହରରୁ 10 ଓ ବ୍ଳକରୁ 40 ଜଣ, ପଦ୍ମପୁରରୁ 17, ରମାନାଗୁଡାରୁ 15, କୋଲନରରୁ 14 ଓ ମୁନିଗୁଡ଼ାରୁ 9 ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 6 ଜଣ କୋରୋନା ଯୋଦ୍ଧା ରହିଛନ୍ତି ଓ ସଂକ୍ରମିତ କୋରୋନା ଯୋଦ୍ଧା ସ୍ୱାସ୍ଥ୍ୟ କର୍ମଚାରୀ ରହିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜରୁରୀ ସେବା ବ୍ୟତୀତ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି।

ତେବେ ମୋଟ 141 ଜଣ ସଂକ୍ରମିତ କୋରୋନା ଯୋଦ୍ଧାଙ୍କ ମଧ୍ୟରୁ 58 ଜଣ ସୁସ୍ଥ ହୋଇଛନ୍ତି। ଅଧିକାଂଶ ସଂକ୍ରମିତ କଣ୍ଟେନମେଣ୍ଟ ଜୋନ ବହାରିଥିବାରୁ ଭୟ ନକରି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.