ETV Bharat / state

ପୁରୀରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା - Zero Night celebration ban in Puri

ଚଳିତବର୍ଷ କୋଭିଡ ମହାମାରୀ ସଂକ୍ରମଣ ଆଶଙ୍କାକୁ ଦେଖି ପୁରୀରେ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଥିବା ପୁରୀ ଜିଲ୍ଲାପାଳ କହିଛନ୍ତି। ଅଧିକ ପଢନ୍ତୁ..

ଜିରୋ ନାଇଟ ସେଲିବ୍ରେସନ ନା
ଜିରୋ ନାଇଟ ସେଲିବ୍ରେସନ ନା
author img

By

Published : Dec 18, 2020, 5:41 PM IST

ପୁରୀ: ଆଗକୁ ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ହଜାର ହଜାର ପର୍ଯ୍ୟଟକ ପୁରୀ ଆସନ୍ତି। ତେବେ ଚଳିତବର୍ଷ କୋଭିଡ ମହାମାରୀ ସଂକ୍ରମଣ ଆଶଙ୍କାକୁ ଦେଖି ପୁରୀରେ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଥିବା ପୁରୀ ଜିଲ୍ଲାପାଳ କହିଛନ୍ତି।

ଏଣୁ ଚଳିତବର୍ଷ ଜିରୋ ନାଇଟ ସେଲିବ୍ରେସନ ନେଇ କଟକଣା ରହିବ ବୋଲି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି । ସେପଟେ ନୂଆବର୍ଷରେ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ଭିଡ଼କୁ ଦେଖି ଟ୍ରାଫିକରେ ସ୍ବତନ୍ତ୍ର ବ୍ୟବସ୍ଥା ସହ କୋଭିଡ ଗାଇଡ଼ଲାଇନ କିଭଳି ଉଲ୍ଲଘଂନ ହେବନି ସେନେଇ ପ୍ରଶାସନର କଡା ନଜର ରହିବ ।

ଜିରୋ ନାଇଟ ସେଲିବ୍ରେସନ ନା

ସେହିପରି ଅଗାମୀ 23 ତାରିଖରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହି ସମୟରେ କୋଭିଡ ଗାଇଡ଼ଲାଇନ ମାନି ଦର୍ଶନରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ପୁରୀବାସୀଙ୍କୁ ଅନୁରୋଧ କରିଛନ୍ତି ।

ଏହାସହ ରଥଯାତ୍ରା, ନଗାର୍ଜୁନ ବେଶ, କାର୍ତ୍ତିକ ପୂର୍ଣ୍ଣିମାରେ ଯେଭଳି ପୁରୀବାସୀ ପ୍ରଶାସନକୁ ସହଯୋଗ କରିଥିଲେ, ସେହିଭଳି ମହାପ୍ରଭୁଙ୍କ ଦର୍ଶନ ସମୟ ପ୍ରଶାସନକୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଏହାଦ୍ବାରା ଆସନ୍ତା ବର୍ଷ 3 ତାରିଖରୁ ଅସୁଥିବା ସମସ୍ତ ପର୍ଯ୍ୟଟକ ପୁରୀବାସୀଙ୍କ ଠାରୁ ଶୃଙ୍ଖଳା ଶିଖି ଦର୍ଶନ ବେଳେ କୋଭିଡ ଗାଇଡ଼ଲାଇନ ମାନିବା ନେଇ ପ୍ରେରଣା ପାଇବେ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦର୍ଶନ ସୁରୁଖୁରୁରେ ହେବ। ଏହାଦ୍ବାରା ଅଧିକରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ ବୋଲି ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.