ETV Bharat / state

ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଭାସିଯାଇ ଯୁବକ ମୃତ

author img

By ETV Bharat Odisha Team

Published : Sep 28, 2023, 8:48 AM IST

ବିଶ୍ଵ ପର୍ଯ୍ୟଟନ ଦିବସରେ ଅଘଟଣ। ପୁରୀ ସମୁଦ୍ରରେ ସ୍ନାନ ସମୟରେ ବୁଡ଼ିଯାଇ ଜଣେ ଯୁବକର ମୃତ୍ୟୁ। ଅଧିକ ପଢନ୍ତୁ

youth drowned while taking bath in puri sea beach

ପୁରୀ: ପର୍ଯ୍ୟଟନ ସ୍ଥାନ ବୁଲିବାକୁ ଆସି ପୁରୀ ସମୁଦ୍ରରେ ଭାସିଗଲେ ଯୁବକ । ସମୁଦ୍ରରେ ଲହଡ଼ି ଭାଙ୍ଗୁଥିବା ବେଳେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ରାଞ୍ଚି ଝାଡ଼ଖଣ୍ଡ ଅଞ୍ଚଳର ବିଶାଲ ଓରାମ । ପୁରୀ ବୁଲିବାକୁ ଆସିଥିବା ବେଳେ ଗଠିଥିଲା ଏପରି ଅଘଟଣ । ଶଙ୍କର ଇଣ୍ଟରନ୍ୟାସନାଲ ନିକଟ ବେଳାଭୂମିରେ ସ୍ନାନ କରୁଥିବା ବେଳେ ସମୁଦ୍ରରେ ବୁଡିଯାଇଥିଲେ ଯୁବକ ।

ମିଳିଥିବା ସୂଚନା ଅନୁଯାୟୀ, ରାଞ୍ଚି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୧ଜଣ ପୁରୀ ବୁଲିବାକୁ ଆସି ଚକ୍ରତୀର୍ଥ ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ରହିଥିଲେ । ତେବେ ବୁଧବାର ଅପରାହ୍ନରେ ସଭିଏଁ ଶଙ୍କର ଇଣ୍ଟରନ୍ୟାସନାଲ୍‌ ନିକଟ ବେଳାଭୂମିରେ ସ୍ନାନ କରୁଥିଲେ । ସେହି ସମୟରେ ବିଶାଳ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ପରେ ଏନେଇ ଲାଇଫ୍‌ ଗାର୍ଡ୍‌ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ରେସକ୍ୟୁ ଅପରେସନ୍‌ ଆରମ୍ଭ କରିଥିଲେ । କିଛି ସମୟରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ସମୁଦ୍ରକୁଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ । ମୃତକଙ୍କ ପରିବାରକୁ ବର୍ତ୍ତମାନ ସୁଦ୍ଧା ସୂଚନା ଦିଆୟାଇଛି ନା ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ଗାଧୋଉ ଥିବାବେଳେ ପାରାଦୀପ ସମୁଦ୍ରରେ ଭାସିଗଲେ ଯୁବକ, ମିଳୁନି ପତ୍ତା

ସମୁଦ୍ର ସ୍ନାନ ବେଳେ ଭାସିଯାଇ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟୁଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି । ପର୍ଯ୍ୟଟକମାନଙ୍କ ମଧ୍ୟରେ ସଚେତନତା ଅଭାବ ଏବଂ ପୁରୀ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁ ସମୁଦ୍ରରେ ଦିନକୁ ଦିନ ଅଘଟଣ ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଉଛି । ପୁରୀ ବେଳାଭୂମିରେ କୌଣସି ସଚେତନତା ସାଇନେଜ୍ ନଥିବା, ପର୍ଯ୍ୟାପ୍ତ ଲାଇଫ ଗାର୍ଡ ନଥିବା ଏବଂ ପର୍ଯ୍ୟଟକଙ୍କ ଅସାବଧାନତା ଯୋଗୁଁ ଅନେକ ନିରିହ ଲୋକଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି । ଯାହାକୁ ନେଇ ହୋଟେଲିୟର ଓ ଲାଇଫ୍‌ ଗାର୍ଡଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ପୁରୀ ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ମୃତ୍ୟୁବରଣ କରିଥିବା ସଂଖ୍ୟାକୁ ଦେଖିଲେ ଏହା ବେଶ୍ ଉଦବେଗଜନକ । ଗତ ୨୦୧୩ ମସିହାରୁ ମେ' ୫ ୨୦୨୩ ପର୍ଯ୍ୟନ୍ତ ମୋଟ ୪୧ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ସେହିପରି ସମୁଦ୍ରରେ ବୁଡ଼ି ଯାଉଥିବା ଅବସ୍ଥାରେ ୩ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ତେବେ ସମୁଦ୍ର କୂଳରେ କୌଣସି ସୂଚନା ଫଳକ ନଥିବା, ପୁରୀ ସମୁଦ୍ର ବିଷୟରେ ପର୍ଯ୍ୟଟକଙ୍କ ଜ୍ଞାନ ନଥିବା ଯୋଗୁଁ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି । ସମୁଦ୍ରରେ କରେଣ୍ଟ୍‌ ଅଧିକ ରହୁଥିବାରୁ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଥିବା ମଧ୍ୟ ଜଣା ପଡ଼ିଛି । କେବଳ ସେତିକି ନୁହେଁ ନିଶା ସେବନ କରି ଗାଧେଇବା, ଲାଇଫ ଗାର୍ଡଙ୍କ ପରାମର୍ଶ ନମାନିବା ମଧ୍ୟ ପର୍ଯ୍ୟଟକଙ୍କ ମୃତ୍ୟୁର କାରଣ ପାଲଟିଛି । ସେପଟେ ପୁରୀ ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବାକଥା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସତ୍ତ୍ୱେ କିଛି ଅମାନିଆଙ୍କ ଯୋଗୁଁ ଏଭଳି ଅଘଟଣ ଘଟୁଛି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଅଧିକ ଲାଇଫ୍‌ ଗାର୍ଡ ମୁତୟନ କରାଯିବା ସହ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି କହିଛନ୍ତି ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.