ETV Bharat / state

ଜାତୀୟସ୍ତରୀୟ ବଡିବିଲ୍ଡିଂ ପ୍ରତିଯୋଗିତାରେ ଚମକିଲେ ପୁରୀ ବୋହୂ ମଧୁସ୍ମିତା

author img

By

Published : Feb 26, 2023, 2:19 PM IST

ଆଇଫା କ୍ଲାସିକର ତିନୋଟି ବର୍ଗରେ ଟାଇଟଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ପୁରୀ ଜିଲ୍ଲାର ମଧୁସ୍ମିତା ରଥ । ଅଧିକ ପଢନ୍ତୁ

body building competition
ଜାତୀୟସ୍ତରୀୟ ବଡିବିଲ୍ଡ ପ୍ରତିଯୋଗିତାରେ ଚମକିଲେ ପୁରୀ ବୋହୂ ମଧୁସ୍ମିତା
body building competition

ପୁରୀ: ଜାତୀୟ ସ୍ତରୀୟ ବଡିବିଲ୍ଡିଂ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି ପୁରୀ ବୋହୂ ମଧୁସ୍ମିତା । ଆଇଫା କ୍ଲାସିକର ତିନୋଟି ବର୍ଗରେ ଟାଇଟଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ପୁରୀର ମଧୁସ୍ମିତା ରଥ । ଜଣେ ଗୃହିଣୀ ସାଙ୍ଗକୁ ବଡିବିଲ୍ଡର ଭାବେ ସନ୍ତୁଳନ ରକ୍ଷା କରି ସଫଳ ହେବା ସହ ଯୁବପୀଢୀଙ୍କ ଉଦାହରଣ ସାଜିଛନ୍ତି ମଧୁସ୍ମିତା ।

ନିଜକୁ ଫିଟ୍ ରଖିବାକୁ ଉଦ୍ୟମ କରୁ କରୁ ବଡି ବିଲଡିଂରେ ସ୍ବତନ୍ତ୍ର ସମ୍ମାନ ହାସଲ କରିଛନ୍ତି ମଧୁସ୍ମିଥତା । କେବଳ ସେତିକି ନୁହେଁ ଶରୀରଚର୍ଯ୍ୟାରେ ଫିଟ୍ ରହିବା ପାଇଁ ଏକ ଜିମ୍ କରି ପ୍ରଶିକ୍ଷିକା ମଧ୍ୟ ସାଜିଛନ୍ତି । ତେବେ ଆଗାମୀ ଦିନରେ ବିଶ୍ଵସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଏନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପୁରୀ ବାସିନ୍ଦା ମଧୁସ୍ମିତା ରଥ ବିବାହ ପରେ ମାତୃତ୍ଵ ଲାଭ ପରେ ଧିରେ ଧିରେ ମୋଟା ହୋଇ ଯାଇଥିଲେ । ଫଳରେ ସେ ନିଜକୁ ଅସହଜ ମନେ କରିଥିଲେ । ହେଲେ ବଡିବିଲ୍ଡର ସ୍ବାମୀଙ୍କ ପ୍ରେରଣା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା । ସ୍ବାମୀ ଓ ପରିବାର ଲୋକଙ୍କ ପ୍ରେରଣା ପାଇ ସେ ଜିମ ଯାଇଥିଲେ । ଏହା ପରେ ବଡି ବିଲ୍ଡିଂ ଆରମ୍ଭ କରିଥଲେ । ଆଉ କିଛିଦିନ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟର ପରିବର୍ତ୍ତନ ଘଟିବା ସହ ସୁନ୍ଦର ସୁସ୍ଥ ସ୍ବାସ୍ଥ୍ୟର ପାଇଥିଲେ । ସେହି ପରିଶ୍ରମ ତାଙ୍କୁ ବଡ଼ ସଫଳତା ଦେଇଛି ।

ରାଜ୍ୟସ୍ତରରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ମଧୁସ୍ମିତା ଏବେ ଜାତୀୟ ସ୍ତରରେ ଟାଇଟଲ ହାସଲ କରିଛନ୍ତି । ୱାର୍ଲ୍ଡ ଫିଟନେସ ଫେଡରେଶନର ପ୍ରତିଯୋଗିତା ଆଇଫା କ୍ଲାସିକର ତିନୋଟି ବର୍ଗରେ ଟାଇଟଲ ହାସଲ କରି ନାରୀ ଜାତିର ଆଦର୍ଶ ପାଲଟିଛନ୍ତି । ଘରର ବୋହୂ ବଡିବିଲ୍ଡିଂରେ ସଫଳତା ପାଇବ କେହି କେବେ ବି ଭାବି ନଥିଲେ । ମଧୁସ୍ମିତାଙ୍କ ସଫଳତା ପରେ ତାଙ୍କ ସ୍ବାମୀ, ଶାଶୁଘର ଲୋକେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଆଗକୁ ବୋହୂକୁ ସବୁ କ୍ଷେତ୍ରରେ ଆହୁରି ଉତ୍ସାହିତ କରିବେ ବୋଲି ମଧୁସ୍ମିତାଙ୍କ ଶାଶୁ କହିଛନ୍ତି ।

ଆଗକୁ ଅନ୍ତର୍ଜାତୀୟ ଟାଇଟଲ ହାସଲ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବା ମଧୁସ୍ମିତା କହିଛନ୍ତି । ତେବେ ଯେକୌଣସି ବ୍ୟକ୍ତି ମଧ୍ୟ ଏହି ସଫଳତା ହାସଲ କରିପାରିବ । ସେଥିପାଇଁ ଆବଶ୍ୟକ ନିୟମିତ ବ୍ୟାୟାମ, ଖାଦ୍ୟପେୟରେ ନିୟନ୍ତ୍ରଣ ଓ ଇଚ୍ଛା ଶକ୍ତି ଥିଲେ ହିଁ ଜଣେ ସଫଳ ବଡିବିଲ୍ଡର ହୋଇପାରିବ ବୋଲି ମଧୁସ୍ମିତା କହିଛନ୍ତି । ଗତ ଫେବୃଆରୀ ୧୮ ତାରିଖରେ ଆସାମ ଗୌହାଟୀରେ ଆୟୋଜିତ ହୋଇଥିଲା ୱର୍ଲ୍ଡ ଫିଟନେସ୍ ଫେଡେରେସନର ଆଇଫା କ୍ଲାସିକ୍ ପ୍ରୋ କାର୍ଡ ଚମ୍ପିଅସନସିପ । ଏଥିରେ ବିଭିନ୍ନ ରାଜ୍ୟରୁ ପାଖାପାଖି ୫୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.