ETV Bharat / state

ଆତ୍ମାହୂତି ପାଇଁ ଜିଲ୍ଲାପାଳଙ୍କୁ ଧମକ ଦେଲେ ବିଧବା ମହିଳା

ସରକାରୀ ସହାୟତା ଦିଅ ନହେଲେ ଆତ୍ମାହୂତି ଦେବି । ସତ୍ୟବାଦୀ ବଳପୁରର ଜଣେ ବିଧବା ମହିଳା ଏପରି ଭାବେ ଲିଖିତ ଆକାରରେ ପୁରୀ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ସ୍ବାମୀଙ୍କ ମୃତ୍ୟୁର ଦେଢ ବର୍ଷ ପରେ ମଧ୍ୟ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ କରି ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Mar 6, 2019, 7:36 PM IST

ପୁରୀ: ସରକାରୀ ସହାୟତା ଦିଅ ନହେଲେ ଆତ୍ମାହୂତି ଦେବି । ସତ୍ୟବାଦୀ ବଳପୁରର ଜଣେ ବିଧବା ମହିଳା ଏପରି ଭାବେ ଲିଖିତ ଆକାରରେ ପୁରୀ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ସ୍ବାମୀଙ୍କ ମୃତ୍ୟୁର ଦେଢ ବର୍ଷ ପରେ ମଧ୍ୟ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ କରି ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସତ୍ୟବାଦୀ ବ୍ଲକ ବଳପୁରର ବିଧବା ମହିଳା ସୋନି ଗୋଚ୍ଛାୟତଙ୍କ ସ୍ବାମୀ ସରୋଜ ଗୋଚ୍ଛାୟତଙ୍କ ମୃତ୍ୟୁ ପରେ ତାଙ୍କୁ କୌଣସି ସରକାରୀ ସହାୟତା ଦିଆଯାଇ ନାହିଁ । ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ବିଭିନ୍ନ ସମୟରେ ସହାୟତା ନେଇ ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସେ ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ଆଗରେ ଆତ୍ମାହୂତି ଦେବେ ବୋଲି କହିଛନ୍ତି ।

ତେବେ ଏ ପ୍ରସଙ୍ଗକୁ ନେଇ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ନାମକ ଏକ ସଙ୍ଗଠନ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉକ୍ତ ମହିଳାଙ୍କୁ ସମସ୍ତ ସହାୟତା ଦେବାକୁ ଦାବି କରିଛି । ଏହା ନ କଲେ ମହିଳାଙ୍କ ଆତ୍ମାହୂତି ପାଇଁ ଜିଲ୍ଲା ପ୍ରଶାସନ ସମୂର୍ଣ୍ଣ ଦାୟୀ ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.