ETV Bharat / state

ପୁରୀ ସମୁଦ୍ରରେ ଅଘଟଣ, ରିପ୍ କରେଣ୍ଟ ନେଲା ପର୍ଯ୍ୟଟକଙ୍କ ଜୀବନ

author img

By ETV Bharat Odisha Team

Published : Oct 25, 2023, 8:41 PM IST

ରିପ୍ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ । ଅଧିକ ପଢନ୍ତୁ

କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ
କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ
କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ । ରିପ୍ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ । ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ଗାଧୋଉଥିଲେ। ତେବେ ସେହି ସମୟରେ ସେ ରିପ୍ କରେଣ୍ଟରେ ପଡ଼ିଯିବାରୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା କାଳୀ ମା ଲାଇଫ ଗାର୍ଡ ଆସୋସିଏସନର ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ପ୍ରାୟ ଅଧଘଣ୍ଟା ପରେ ଅର୍ଚ୍ଚିତକୁ ଲାଇଫ ଗାର୍ଡମାନେ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ଦଶହରା ଅବସରରେ ଅର୍ଚ୍ଚିତ୍ ପୁରୀ ବୁଲିବାକୁ ଆସିଥିବା ବେଳେ ଆଜି ତାଙ୍କର ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ସେପଟେ ସମୁଦ୍ରରେ ପର୍ଯ୍ୟଟକଙ୍କ ବୁଡ଼ି ଯାଇ ନିଖୋଜ ହେବା ଘଟଣା ପୁଣି ପୁରୀ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବକୁ ପଦାରେ‌ ପକାଇଦେଇଛି । ବାରମ୍ବାର ସମୁଦ୍ରରେ ରିପ୍ କରେଣ୍ଟ ଏବଂ ଉଚ୍ଚ ଲହଡ଼ି ଯୋଗୁ ପର୍ଯ୍ୟଟକଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସଚେତନତା ପାଇଁ ବେଳାଭୂମିରେ କୌଣସି ସୁରକ୍ଷା ନଥିବାକୁ ନେଇ ସ୍ଥାନୀୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ଲାଇଫ ଗାର୍ଡଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ମଧ୍ୟ ଦିଆଯାଉ ନାହିଁ ।

ଏହା ମଧ୍ୟ ପଢନ୍ତୁ.. ପୁରୀ ସମୁଦ୍ରରେ ଅଘଟଣ, ଆଜି ପୁଣି ଭାସିଗଲେ 2 ବଙ୍ଗୀୟ ପର୍ଯ୍ୟଟକ

ଦିଗବାରେଣି ଛକରୁ ଚୈତନ୍ୟ ଛକ ଯାଏଁ ଅଧିକାଂଶ ସମୟରେ ସମୁଦ୍ରରେ ରିପ୍ କରେଣ୍ଟ ରହୁଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା କହିଛି ଲାଇଫ ଗାର୍ଡ ମହାସଂଘ । ତେବେ ପୁରୀ ବେଳାଭୂମିର କଳେବର ବଢ଼ି ୮ କିଲୋମିଟର ହୋଇଥିବା ହୋଇଛି । ହେଲେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଅଧିକ ସଂଖ୍ୟକ ଲାଇଫ ଗାର୍ଡ ନିଯୁକ୍ତି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ଗତ ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ମୋଟ 43 ଜଣ ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ବେଳେ ମୃତ୍ୟୁ ହୋଇଛି । ସେହିପରି ସମୁଦ୍ରରେ ବୁଡ଼ି ଯାଉଥିବା ଅବସ୍ଥାରେ ୩ ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ପୁରୀକୁ ଆନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଉଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସଂଘ କହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.