ETV Bharat / state

ସ୍ଵର୍ଗଦ୍ଵାର ୱେବସାଇଟ ଲଞ୍ଚ; ମୃତଦେହ ଦାହ ପାଇଁ ଏଣିକି ଆଗୁଆ କରିପାରିବେ ବୁକିଂ - ପୁରୀ ନ୍ୟୁଜ

ସ୍ଵର୍ଗଦ୍ଵାରରେ ମୃତଦେହ ଦାହ ପାଇଁ ଆସିଲା ସ୍ଵର୍ଗଦ୍ଵାର ୱେବସାଇଟ । ଅନଲାଇନ ମାଧ୍ୟମରେ ଏହି ୱେବସାଇଟରେ ପଞ୍ଜିକରଣ କରିପାରିବେ ଲୋକେ । ଅଧିକ ପଢନ୍ତୁ

ସ୍ଵର୍ଗଦ୍ଵାର ୱେବସାଇଟ ଲଞ୍ଚ
ସ୍ଵର୍ଗଦ୍ଵାର ୱେବସାଇଟ ଲଞ୍ଚ
author img

By ETV Bharat Odisha Team

Published : Nov 15, 2023, 7:26 AM IST

Updated : Nov 15, 2023, 7:34 AM IST

ସ୍ଵର୍ଗଦ୍ଵାର ୱେବସାଇଟ ଲଞ୍ଚ

ପୁରୀ: ଏଣିକି ସ୍ବର୍ଗଦ୍ବାରରେ ସହଜରେ କରିପାରିବେ ମୃତଦେହ ଦାହ । ଆତ୍ମୀୟ ସ୍ବଜନଙ୍କ ଅନ୍ତିମ ସତ୍କାର ପାଇଁ ଛିଡା ହେବାକୁ ପଡିବନି ଲାଇନରେ । ଏବେ ଘରେ ବସି ମୃତଦେହ ଦାହ ପାଇଁ ଅନଲାଇନରେ ଆଗୁଆ କରିପାରିବେ ପଞ୍ଜିକରଣ । ଏହାଛଡା ସ୍ଵର୍ଗଦ୍ଵାରରେ ମୃତଦେହ ଦାହ ପାଇଁ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ବିଷୟରେ ମଧ୍ୟ ୱେବସାଇଟ ମାଧ୍ୟମରେ ଜାଣିପାରିବେ ଲୋକେ । ଏନେଇ ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଡଟ୍ କମ୍ ନାଁରେ ଏକ ନୂଆ ୱେବସାଇଟ୍ ଲୋକାର୍ପଣ କରାଯାଇଛି । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଆଦି ତିନୋଟି ଭାଷାରେ ଅନଲାଇନରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିପାରିବେ ।

ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ସ୍ଵର୍ଗଦ୍ଵାର ନୂତନ ୱେବସାଇଟ ସ୍ଵର୍ଗଦ୍ଵାର ଡ଼ଟ୍ କମ୍ (swargadwar.com) ଲୋକାର୍ପଣ କରାଯାଇଛି । ଏକ ନିରାଡ଼ମ୍ବର ପରିବେଶ ମଧ୍ୟରେ ସ୍ଵର୍ଗଦ୍ଵାର ପରିସରରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଆ ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ରହିଥିବାବେଳେ ଏହି ୱେବସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ମୃତଦେହ ସତ୍କାର ସେବା ନେବାକୁ ଚାହୁଁଥିବା ବ୍ୟକ୍ତି ବିଶେଷମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇପାରିବେ । ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ ଏହା ଲଞ୍ଚ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ ।

ଏହା ମଧ୍ୟ ପଢନ୍ତୁ- ପାନ ଗୁଟଖା ସେବନ କଲେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ, ଜାନୁଆରୀ 1ରୁ କଟକଣା କଡାକଡ଼ି

ଏଥିସହିତ ଖୁବଶୀଘ୍ର ସ୍ଵର୍ଗଦ୍ଵାର ଆପ୍ ମଧ୍ୟ ପ୍ଲେ ଷ୍ଟୋଟରେ ଉପଲବ୍ଧ ହେବ ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ଭବତାରଣ ସାହୁ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପରିଚାଳନା କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିଜୟ ରାମାସନୁଜ ଦାସ ପ୍ରଭୃତି ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଵର୍ଗଦ୍ଵାର ସେବକମାନଙ୍କୁ ନୂତନ ପୋଷାକ ବିତରଣ ସହିତ ବାର୍ଷିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।

ଏଥିସହ ସେବା ସମିତି ପକ୍ଷରୁ ଦୀନବନ୍ଧୁ ନାୟକ, ସୁକାନ୍ତ ମୁଖି ଏବଂ ୱେବ୍ ଡିଜାଇନର ରାଜେଶ କୁମାର ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୪ ଜଣ ସଂସ୍କାର ସେବକମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ବିବାହ ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ତେବେ ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ବ୍ରଜକିଶୋର ସାହୁ, କନିଷ୍ଠ ସେବକ ସନ୍ତୋଷ ଶେଖର ମହାନ୍ତି, ରାଜେନ୍ଦ୍ର କୁମାର ଦାସ, ବିଶ୍ଵନାଥ ହରିଚନ୍ଦନ ଓ ସୁମନ୍ତ କୁମାର ମିଶ୍ର ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Nov 15, 2023, 7:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.