ETV Bharat / state

ପୁରୀରେ ‘ଜଳ ଜୀବନ ମିଶନ’ ଆଞ୍ଚଳିକ କର୍ମଶାଳା

‘ଜଳ ଜୀବନ ମିଶନ’ ଶୀର୍ଷକ ଦୁଇ ଦିନିଆ ଆଞ୍ଚଳିକ କର୍ମଶାଳା ପୁରୀରେ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 12, 2019, 7:49 PM IST

ପୁରୀ: ‘ଜଳ ଜୀବନ ମିଶନ’ ଶୀର୍ଷକ ଦୁଇଦିନିଆ ଆଞ୍ଚଳିକ କର୍ମଶାଳା ପୁରୀରେ ଅନୁଷ୍ଠିତ ହୋଇଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେନ୍ଦ୍ର ଜଳ ଓ ଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଯୋଗଦେଇଥିଲେ । ଏହି କର୍ମଶାଳାରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଗ୍ରାମାଞ୍ଚଳ ଜନପ୍ରତିନିଧି ଓ ବିଭିନ୍ନ ଷ୍ଟକ ହୋଲଡରମାନେ ଭାଗ ନେଇଥିଲେ । ଦେଶର 18 ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚି ପାରିଥିବା କଥା କେନ୍ଦ୍ର ଜଳ ଓ ଶକ୍ତିମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି । ଆସନ୍ତା ସାଢେ ଚାରିବର୍ଷ ମଧ୍ୟରେ ଏହି ପ୍ରତିଶତକୁ 4ଗୁଣା ବୃଦ୍ଧି କରିବାକୁ କେନ୍ଦ୍ର ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସୁଦ୍ଧା ଦେଶର ଗ୍ରାମାଞ୍ଚଳରେ ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ନେଇ ଘୋଷଣା କରିଥିଲେ । ଏଥି ପାଇଁ ପ୍ରାୟ ତିନି ଲକ୍ଷ ଷାଠିଏ ହଜାର କୋଟି ବିନିମୟରେ ଚଉଦ କୋଟି ଷାଠିଏ ଲକ୍ଷ ପରିବାରକୁ ଏହି ସୁବିଧା ପହଞ୍ଚିବ ।

ଭୂତଳ ଜଳସ୍ତର ବୃଦ୍ଧି, ବନୀକରଣ, ପାରମ୍ପରିକ ଜଳଉତ୍ସର ପୁନରୁଦ୍ଧାର, ବର୍ଷାଜଳର ଅମଳ ଓ ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରାଯାଇଥିବା କଥା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଯେତିକି କାର୍ଯ୍ୟଦକ୍ଷତା ଦେଖାଇବେ ସେହି ହିସାବରେ ଜଳଯୋଗାଣ ମିଶନ ସଫଳ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଜଳ ଜୀବନ ମିଶନ ପୂର୍ଵଞ୍ଚଳ କର୍ମଶାଳାBody:କେନ୍ଦ୍ର ସରକାର ୨୦୨୪ସୁଦ୍ଧା ଦେଶର ଗ୍ରାମାଞ୍ଚଳରେ ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ନେଇ ସ୍ୱାଧିନତା ଦିବସରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏଥିନେଇ ତିନି ଲକ୍ଷ ଷାଠିଏ ହଜାର କୋଟି ବିନିମୟରେ ଚଉଦ କୋଟି ଷାଠିଏ ଲକ୍ଷ ପରିବାରକୁ ଏହି ସୁବିଧା ପହଞ୍ଚିବ। ଏଥିପାଇଁ ଜଳ ଜୀବନ ମିଶନ ଶୀର୍ଷକ ପୂର୍ବାଞ୍ଚଳର ଦୁଇଦିନିଆ କର୍ମଶାଳା ପୁରୀରେ ଅନୁଷ୍ଠିତ ହୋଇଛି। ଏଥିରେ ସ୍ୱଚ୍ଛାସେବୀ ଅନୁଷ୍ଠାନ, ଗ୍ରାମାଞ୍ଚଳ ଜନପ୍ରତିନିଧି ଓ ବିଭିନ୍ନ ଷ୍ଟେକହୋଲଡର ଯୋଗଦାନ କରିଛନ୍ତି। ଏଥିରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ଓଡିଶାର ଗ୍ରାମ୍ଯ ଉନ୍ନୟନ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଯେନାଙ୍କ ଅଧ୍ଯକ୍ଷତାରେ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଲେ ବର୍ତ୍ତମାନ ସୁଦ୍ଧା ଦେଶର ୧୮ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚି ପାରିଛି। ଆସନ୍ତା ସାଢେ ଚାରିବର୍ଷ ମଧ୍ୟରେ ଆହୁରି ୪ଗୁଣା ପରିବାରକୁ ପାନୀୟ ଜଳ ଯୋଗାଇ ଦେବାପାଇଁ ଲକ୍ଷ ରଖାଯାଇଛି। ଭୁତଳ ଜଳର ରିଚାର୍ଜ, ବନୀକରଣ, ପାରମ୍ପରିକ ଜଳଉତ୍ସର ପୁନରୁଦ୍ଧାର , ବର୍ଷାଜଳର ଅମଳ ଓ ସଂରକ୍ଷଣ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ରାଜ୍ଯ ସରକାର ଯେତିକି କାର୍ଯ୍ଯ ଦକ୍ଷତା ଦେଖାଇବେ ସେହିଭଳି ଜଳଯୋଗାଣ ମିଶନ ସଫଳ ହେବ ବୋଲି କହିଛନ୍ତି।,,,
ବାଇଟ୍- ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ
Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

FTP ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.