ପୁରୀ: ବ୍ଲୁଫ୍ଲାଗ ବିଚରେ ଗାଧୋଇବାବେଳେ ମଙ୍ଗଳବାର ଭାସିଯାଇ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁରୀ ଚକ୍ର ତୀର୍ଥ ରୋଡ଼ ହୋଟେଲ ପିଙ୍କ ନିକଟ ବେଳାଭୂମିରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗର କର୍ମଚାରୀ ।
ମୃତ ପର୍ଯ୍ୟଟକ ହେଲେ ଝାଡଖଣ୍ତର ତାନିସ୍କ ବିନୋୟ । ଗତକାଲି ମଧ୍ୟାହ୍ନରେ ତାନିସ୍କ ତାଙ୍କ ପରିବାର ସହ ବ୍ଲୁ ଫ୍ଲାଗ ବିଚ ବୁଲିବାକୁ ଆସିଥିବାବେଳେ ସମୁଦ୍ରରେ ସ୍ନାନ କରୁଥିଲେ । ତେବେ ଗଭୀର ସମୁଦ୍ର ଭିତରକୁ ପଶି ଯିବାରୁ ତାଙ୍କର ପତ୍ତା ମିଳିନଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମୁଦ୍ର ଭିତରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ଏନେଇ ତାନିସ୍କର କୌଣସି ପତ୍ତା ପାଇନ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ