ETV Bharat / state

ବନବିଭାଗ ସାମନାରେ ବାରହାକୁ ଗୋଡାଇ ଗୋଡାଇ ହତ୍ୟା କଲେ ଗ୍ରାମବାସୀ

ବନବିଭାଗ ଉପସ୍ଥିତିରେ ବାରହାକୁ ଗୋଡାଇ ଗୋଡାଇ ହତ୍ୟା କଲେ ଗ୍ରାମବାସୀ । ବାରହା ଆକ୍ରମଣରେ ୩ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକକ ପଢନ୍ତୁ...

author img

By

Published : Oct 30, 2021, 1:03 PM IST

ବନବିଭାଗ ସମ୍ମୁଖରେ ବାରହାକୁ ଗୋଡାଇ ଗୋଡାଇ ହତ୍ୟା କଲେ ଗ୍ରାମବାସୀ

ବ୍ରହ୍ମଗିରି: ବନବିଭାଗ ଉପସ୍ଥିତିରେ ବାରହାକୁ ଗୋଡାଇ ଗୋଡାଇ ହତ୍ୟା କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ବ୍ରହ୍ମଗିରି ବନବିଭାଗ ଅଧୀନ ବଲିକେରା ଗ୍ରାମରେ । ସୂଚନାଅନୁଯାୟୀ ଗ୍ରାମ ନିକଟ ଜଙ୍ଗଲରୁ ଏକ ବାରହା ଗାଁ ଭିତରକୁ ପଶି ଆସିଥିବାବେଳେ ଗ୍ରାମବାସୀ ମାରଣାସ୍ତ୍ର ସାହାଯ୍ୟରେ ବାରହାକୁ ଆକ୍ରମଣ କରି ହତ୍ୟା କରିଥିଲେ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଗ୍ରାମବାସୀ ସେମାନଙ୍କ ସମମ୍ମୁଖରେ ବାରହାଟିକୁ ହତ୍ୟା କରିଥିଲେ ।

ତେବେ ବନବିଭାଗ ସମ୍ମୁଖରେ ବାରହାକୁ ହତ୍ୟା କରାଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କୁ ବାରଣ କରିନଥିଲେ ବନବିଭାଗ ଅଧିକାରୀ । ଫଳରେ ବନବିଭାଗର ଏପରି ଅବହେଳା ହେତୁ ବାରହାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ବାରହା ଆକ୍ରମଣରେ ୩ ଜଣ ମଧ୍ୟ ଗୁରୁତର ହୋଇଥିଲେ । ୩ ଗୁରୁତର ତିନିକୁଦି ଓ ବାଲିକେରା ଗ୍ରାମର ହୋଇଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.