ETV Bharat / state

କାମକୁ ମାସେ ନ ପୂରୁଣୁ ନଦୀବନ୍ଧ ଫାଟି ଆଁ, ଭୟଭୀତ ଲୋକେ - ଠିକାଦାରଙ୍କ ମନମୁଖି କାର୍ଯ୍ୟ

ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନସ୍ଥ ହରିପୁର-ସୁଆଣ୍ଡୋ ପର୍ଯ୍ୟନ୍ତ ନଦୀବନ୍ଧ ଏକ କିଲୋମିଟର ପର୍ଯ୍ୟନ୍ତ ଫାଟି ଆଁ କରିଛି । ଅଧିକ ପଢନ୍ତୁ

river embankment
river embankment
author img

By

Published : Jul 17, 2023, 9:40 AM IST

river embankment

ପୁରୀ: ପୁରୀରେ ଜଳ ସମ୍ପଦ ବିଭାଗର ଚାଲିଛି ବ୍ୟାପକ ଦୁର୍ନୀତି । ନଦୀ ବନ୍ଧ ସୁଦୃଢ କରିବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି ବଳଙ୍ଗା ଅଞ୍ଚଳରୁ । ଜିଲ୍ଲାର ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନସ୍ଥ ହରିପୁର-ସୁଆଣ୍ଡୋ ପର୍ଯ୍ୟନ୍ତ ନଦୀବନ୍ଧର ସଦୃଢ଼ୀକରଣ ହୋଇଛି । କିନ୍ତୁ ଅସରାଏ ବର୍ଷାରେ ନଦୀବନ୍ଧ ଧସିଯାଇଛି । ଫଳରେ ନଦୀବନ୍ଧ ସୁଦୃଢ଼ୀକରଣର ଦୁର୍ବଳ କାର୍ଯ୍ୟ ସାମ୍ନାକୁ ଆସିଛି । ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପୂର୍ବରୁ ଏଇ ନଦୀବନ୍ଧରେ ଭାର୍ଗବୀ ନଦୀ ବଢ଼ି ସମୟରେ ବଡ଼ ବଡ଼ ଘଳିଆ ପଡ଼ିଥାଏ । ଯଦି ବନ୍ୟା ସମୟରେ ନଦୀରେ ଅଧିକ ପାଣି ନିଷ୍କାସନ ‌ହୁଏ ତେବେ ଏହି ସ୍ଥାନ ବିପଦର କାରଣ ହେବା ସହିତ ନିମାପଡ଼ାର ୧୮ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରି ନଦୀବନ୍ଧ ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ଚାଲିଥିବା ବିଷୟରେ ସମ୍ପୃକ୍ତ ଠିକାଦାରକୁ ଅଭିଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନ ଥିଲେ । କାର୍ଯ୍ୟ ସମୟରେ କଳାମିଶା ପଙ୍କମାଟି ପଡ଼ୁଥିବା ଓ ନିମ୍ନମାନର ଗାର୍ଡୱାଲ ନିର୍ମାଣ ନେଇ ଅଭିଯୋଗ ହୋଇଥିଲା । ସେ ସମୟରେ ଯଦି ଠିକ୍‌ ଭାବରେ କାର୍ଯ୍ୟ ହୋଇଥାନ୍ତା ଆଜି ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି ।

ଏ ସମ୍ପର୍କରେ ନିମାପଡ଼ା ଅଧୀକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳାଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଆସନ୍ତାକାଲି ଆମେ ବନ୍ଧ ପରିଦର୍ଶନ କରିବୁ । ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କରିବା ସହିତ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ।

ଏହା ମଧ୍ୟ ପଢନ୍ତୁ- ଅତଡା ଖସି ଦବିଲା ବନ୍ଧ, ଘାଇ ଆଶଙ୍କାରେ ଭୟଭୀତ ଲୋକେ

ପ୍ରକାଶ ଥାଉକି, ଗତମାସରେ ସମ୍ଭାବ୍ୟ ବନ୍ୟାକୁ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ, ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଓ ପରେ ମୁଖ୍ୟମନ୍ତ୍ରୀ ବୈଠକ ନେଇଥିଲେ । ବନ୍ୟା ପ୍ରସ୍ତୁତି, ପରିଚାଳନା ଓ ମୁକାବିଲା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଗତବର୍ଷ ବନ୍ୟାରେ ହୋଇଥିବା ଘାଇର ସ୍ଥିତି, ନଦୀବନ୍ଧର ବର୍ତ୍ତମାନର ଅବସ୍ଥା ବାବଦରେ ସମୀକ୍ଷା ହୋଇଛି । ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି ସରିଛି । ଗତ ବର୍ଷ ମହାନଦୀରେ 12 ଲକ୍ଷ କ୍ୟୁସେକରୁ ଅଧିକ ଜଳ ଆସିଥିଲା । ସଫଳ ମୁକାବିଲା କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.