ପୁରୀ:ଭିଜିଲାନ୍ସ ଜାଲରେ ବନ ଅଧିକାରୀ । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢାଉ । ପାଞ୍ଚଟି ଜାଗାରେ ଭିଜିଲାନ୍ସ ବିଭାଗର ପାଞ୍ଚଟି ଟିମ୍ ଚଢାଉ କରିଥିବା ଜଣାପଡିଛି ।
ପୁରୀ ଅଫିସ, ଭଡାଘର, ଢେଙ୍କାନାଳର ଶଶୂର ଘର, ବାଲିଅନ୍ତା ସିସିଲୋରେ ଥିବା ନିଜ ପୈତୃକ ଘର ଓ ଭୁବନେଶ୍ୱରର ମହାଭୋଇ ନଗରରେ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ତେବେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଡଢାଉ ହେଉଥିବା ସୂଚନା ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ