ETV Bharat / state

ପୁରୀ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା, ଭିଡିଓ ଭାଇରାଲ... - puri latest news

ପୁରୀ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା, ପ୍ରଶାସନର ଅବହେଳା ଅଭିଯୋଗ । କୋରୋନା ପଜିଟିଭ ରୋଗୀଙ୍କୁ ମିଳୁନି ଉପଯୁକ୍ତ ସୁବିଧା । ପାଣି ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ନାନା ଅବ୍ୟବସ୍ଥା ଶିକାର ହୋଇଛନ୍ତି କୋରୋନା ଆକ୍ରାନ୍ତ । ଏ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି ।

ପୁରୀ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା, ଭିଡିଓ ଭାଇରାଲ...

author img

By

Published : Aug 2, 2020, 10:10 PM IST

ପୁରୀ: ଆଇଡିଏଚ କୋଭିଡ ହେଲଥ ସେଣ୍ଟରରେ ଅବ୍ୟବସ୍ଥା। ପାନୀୟ ଜଳର ଉତ୍କଟ ସମସ୍ୟା। 9 ଦିନ ହେବ ଆକ୍ବାଗାର୍ଡ ଅଚଳ ହୋଇପଡିଛି। ଫଳରେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କୋରୋନା ଆକ୍ରାନ୍ତ । ପାଣି ଟ୍ୟାପରେ ଯେଉଁ ପାଣି ଆସୁଛି ପିଇବା ଉପଯୋଗୀ ନୁହଁ। ପାଣିରୁ ଦୁର୍ଗନ୍ଧ ବାହାରୁଛି। ସକାଳୁ ଏପର୍ଯ୍ୟନ୍ତ ପିଇବାକୁ ପାଣି ମୁନ୍ଦାଏ ମିଳିନି।

ପୁରୀ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା, ଭିଡିଓ ଭାଇରାଲ...

ପୁରୀର ଆଇଡିଏଚ୍ କୋଭିଡ ହେଲଥ ସେଣ୍ଟରରେ ୧୮ ଜଣ ପଜିଟିଭ ଆକ୍ରାନ୍ତ ଆଡମିସନ ହୋଇ ଚିକିତ୍ସିତ ହେଉଛନ୍ତି। ଅତି ଦୁଃଖର ବିଷୟ ଏମାନଙ୍କ ପାଇଁ ତିନୋଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି। ହେଲେ ତାହା ବ୍ୟବହାର ଉପଯୋଗୀ ନୁହେଁ। ତାକୁ ସଠିକ ଭାବେ ସଫେଇ କରାଯାଉନାହିଁ। ପଜିଟିଭ ଆକ୍ରାନ୍ତ ରୋଗୀ ବ୍ୟବହାର କରୁଥିଲେ ବି ସାନିଟାଇଜ କରାଯାଉନାହିଁ। ପୁରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ସାଧାରଣ ରୋଗୀଙ୍କ ଭଳି ବେଡ୍ ପଡିଛି। ମାତ୍ର ଦୁଇତିନି ଫୁଟ୍ ଦୂରତାରେ ବେଡ୍ ପଡିଛି। ସେଭଳି ସାମାଜିକ ଦୁରତ୍ବ ନାହିଁ। ଏମିତିକି ନଅଦିନ ହେବ ଡାକ୍ତରଙ୍କ ମୁହଁ ଦେଖିବାକୁ ପାଇନାହାନ୍ତି ରୋଗୀ। ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିବା ଅଭିଯୋଗ କରିଛନ୍ତି କୋଭିଡ ଆକ୍ରାନ୍ତ।

କୋଭିଡ ହେଲଥ କେୟାରରେ କୋଭିଡ ଆକ୍ରାନ୍ତଙ୍କୁ କିଭଳି ଅବହେଳା କରାଯାଉଛି ତାହାକୁ ମୋବାଇଲରେ ସୁଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକାଧିକ ପଜିଟିଭ ଆକ୍ରାନ୍ତ ଅଭିଯୋଗ ଉଠାଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.