ETV Bharat / state

ବଳଙ୍ଗା ଥାନା ASIଙ୍କ ଦୁଷ୍କର୍ମ ଘଟଣା, ଏସପିଙ୍କ ଅଭିଯୋଗକୁ ଖଣ୍ଡନ କଲେ ପୀଡିତା - ମାଜିଷ୍ଟ୍ରେଟଙ୍କ ସାମନାରେ ବୟାନ ବଦଳାଇଲେ ପୀଡିତା

ବଳଙ୍ଗା ଥାନା ASIଙ୍କ ଦୁଷ୍କର୍ମ ଘଟଣାରେ ମାଜିଷ୍ଟ୍ରେଟଙ୍କ ସାମନାରେ ବୟାନ ବଦଳାଇଲେ ପୀଡିତା । ସୂଚନା ଦେଲେ ପୁରୀ ଏସପି ଉମାଶଙ୍କର ଦାସ । ସେପଟେ ଏସପିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୀଡିତା ।

Victim called sp's statement false
ବଳଙ୍ଗା ଥାନା ASIଙ୍କ ଦୁଷ୍କର୍ମ ଘଟଣା, ଏସପିଙ୍କ ଅଭିଯୋଗକୁ ଖଣ୍ଡନ କଲେ ପୀଡିତା
author img

By

Published : Jan 5, 2020, 11:27 AM IST

ପୁରୀ: ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ମାମଲାରେ ମାଜିଷ୍ଟ୍ରେଟଙ୍କ ସାମନାରେ ପୀଡିତାଙ୍କ ବୟାନ ରେକର୍ଡ ପରେ ଘଟଣା ନୂଆ ମୋଡ ନେଇଛି । ଏତଲା କପିରେ ପୀଡିତା ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଲେଖିଥିବାବେଳେ ମାଜିଷ୍ଟ୍ରେଟ୍‌ଙ୍କ ସାମନାରେ କିଛି ଭିନ୍ନ ବୟାନ ଦେଇଛନ୍ତି । ଯଦ୍ବାରା ତାଙ୍କ କଥାରେ କୌଣସି ତାଳମେଳ ରହୁନଥିବା କହିଛନ୍ତି ପୁରୀ ଏସପି ।

ଶନିବାର ପୀଡିତାଙ୍କ ବୟାନ 164 ଧାରାରେ ରେକର୍ଡ କରାଯାଇଥିଲା । ଯେଉଁଥିରେ ସେ ଦୁଷ୍କର୍ମ ହୋଇନଥିବା ନେଇ ବୟାନ ଦେଇଥିବା କଥା କହିଛନ୍ତି ପୁରୀ ଏସପି । ସେପଟେ ଏସପିଙ୍କ କଥାକୁ ଖଣ୍ଡନ କରିଛନ୍ତି ନିଜେ ପୀଡିତା । ତାଙ୍କୁ ଦୁଷ୍କର୍ମ ହୋଇଥିବା କଥା କହିଛନ୍ତି । ସେ ନିଜ ଅଭିଯୋଗରେ ଯାହା ଲେଖିଥିଲେ ସମାନ ବୟାନ ମାଜିଷ୍ଟ୍ରେଟଙ୍କ ସାମନାରେ ଦେଇଥିଲେ । ପୁରୀ ଏସପି ଉମାଶଙ୍କର ଦାସ ମିଛ କହୁଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ପୁରୀ ଏସପି ପୀଡିତାଙ୍କ ନାଁରେ କାହିଁକି ମିଛ କଥା କହୁଛନ୍ତି ସେ ନେଇ ପ୍ରଶ୍ନଚିହ୍ନ ସୃଷ୍ଟି ହେବା ସହ ମାମଲାଟି ପୁଣି ରହସ୍ୟଘେରକୁ ଚାଲିଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ଏସପି ମିଛ କହିଛନ୍ତିBody:ବଳଙ୍ଗା ଥାନା Asi ଚିତ୍ତ ରଞ୍ଜନ ଦାଶ ଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପିଡିତା ଙ୍କ ବୟାନ ରେ ତାଳ ମେଳ ରହୁ ନାହିଁ। ଏତଲା କପିରେ ତାଙ୍କୁ ଦୁଷ୍କର୍ମ ହୋଇ ଥିବା କଥା ଲେଖି ଥିବା ବେଳେ ମାଜିଷ୍ଟ୍ରେଟ ଙ୍କ ସାମନାରେ ବୟାନ ରେ ତାଙ୍କର କଥାରେ ତାର ତମ୍ୟ ରହୁଛି। ଏପରିକି ପିଡିତା ଙ୍କୁ ଦୁଷ୍କର୍ମ ହୋଇ ନ ଥିବା 164 ଆଧାର ବୟାନ ରେ କହିଥିବା ପୁରୀ ଏସପି ଗତକାଲି କହିଥିଲେ। ଯାହାକୁ ନେଇ ମାମଲା ର ନୂଆ ମୋଡ଼ ଆସିଥିଲା। ତେବେ ଏହାକୁ ଖଣ୍ଡନ କରିଛନ୍ତି ନିଜେ ପିଡିତା । ପିଡିତା କହିଛନ୍ତି ତାଙ୍କୁ ଦୁଷ୍କର୍ମ ହୋଇଛି। ଏ ନେଇ ସେ ଅଭିଯୋଗ ରେ ଯାହା ଲେଖି ଛନ୍ତି ମାଜିଷ୍ଟ୍ରେଟ ଙ୍କ ଆଗରେ ସମାନ କଥା କହିଛନ୍ତି। ପିଡିତା ଅଭିଯୋଗ କରିଛନ୍ତି ପୁରୀ ଏସପି ଉମାସଙ୍କର ଦାସ ମିଛ କଥା କହୁଛନ୍ତି। ଅନ୍ୟପଟେ ପୁରୀ ଏସପି ପିଡିତା ଙ୍କ ନାମରେ କାହିଁକି ମିଛ କଥା କହୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିବା ସହ ମାମଲା କୁ ନେଇ ରହସ୍ୟମୟ ପରିସ୍ଥିତି ସୃଷ୍ଟି ହୋଇଛି।

,, ବାଇଟ,, ପିଡିତା

ପୁରୀରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.