ETV Bharat / state

ପୁରୀରେ ରୋଚକ ସ୍ଥିତି, ପ୍ରତିଦ୍ବନ୍ଦୀ ଶୁଭାଶିଷଙ୍କୁ ନିଜ ଶକ୍ତି ଦେଖାଇଲେ ଅଭିଜ୍ଞ ମହେଶ୍ବର ମହାନ୍ତି - ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ

ପଦଯାତ୍ରା ଉଦଯାପନୀ ଅବସରରେ ବିଶାଳ ରାଲି କରି ମହେଶ୍ବର ତାଙ୍କ ପ୍ରତିଦ୍ବନ୍ଦୀ ଶୁଭାଶିଷ ଖୁଣ୍ଟିଆଙ୍କୁ କାଉଣ୍ଟର କରିଛନ୍ତି । ବୁଧବାର ବିଜେଡି ଜନ ସଂପର୍କ ପଦଯାତ୍ରା ଉଦଯାପନୀ ଅବସରରେ ଦଶ ହଜାରରୁ ଅଧିକ ଦଳୀୟ କର୍ମୀଙ୍କୁ ନେଇ ମହେଶ୍ବର ପୁରୀ ବଡଦାଣ୍ଡରେ ରାଲି କରିଛନ୍ତି। ଅଧିକ ପଢନ୍ତୁ

ପୁରୀରେ ରୋଚକ ସ୍ଥିତି, ପ୍ରତିଦ୍ବନ୍ଦୀ ଶୁଭାଶିଷଙ୍କୁ ନିଜ ଶକ୍ତି ଦେଖାଇଲେ ଅଭିଜ୍ଞ ମହେଶ୍ବର ମହାନ୍ତି

author img

By ETV Bharat Odisha Team

Published : Oct 12, 2023, 11:03 PM IST

ପୁରୀରେ ରୋଚକ ସ୍ଥିତି, ପ୍ରତିଦ୍ବନ୍ଦୀ ଶୁଭାଶିଷଙ୍କୁ ନିଜ ଶକ୍ତି ଦେଖାଇଲେ ଅଭିଜ୍ଞ ମହେଶ୍ବର ମହାନ୍ତି

ପୁରୀ: ଜନ ସଂପର୍କ ପଦଯାତ୍ରା ଆଳରେ ପ୍ରତିଦ୍ବନ୍ଦୀ ଶୁଭାଶିଷ ଖୁଣ୍ଟିଆଙ୍କୁ ନିଜ ଶକ୍ତି ଦେଖାଇଲେ ବରିଷ୍ଠ ବିଜେଡି ନେତା ମହେଶ୍ବର ମହାନ୍ତି । ପୁରୀ ସହରରେ ବିଜେଡି ରାଜନୀତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି । ବିଜେଡି ସୁପ୍ରିମୋ ନବୀନଙ୍କ ପାଖରେ ନିଜର ଦବଦବା ଜାହିର ପାଇଁ ପ୍ରତିଦ୍ବନ୍ଦିତାରେ ଲାଗିପଡିଛନ୍ତି ବରିଷ୍ଠ ବିଜେଡ଼ି ନେତା ମହେଶ୍ବର ମହାନ୍ତି ଓ ତାଙ୍କ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଥିବା ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ବିଜେଡି ପଦଯାତ୍ରା ଆଳରେ ବରିଷ୍ଠ ନେତା ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ତାଙ୍କର ପ୍ରତିଦ୍ବନ୍ଦୀ ତଥା ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ।

ସେପଟେ ପଦଯାତ୍ରା ଉଦଯାପନୀ ଅବସରରେ ବିଶାଳ ରାଲି କରି ମହେଶ୍ବର ତାଙ୍କ ପ୍ରତିଦ୍ବନ୍ଦୀ ଶୁଭାଶିଷ ଖୁଣ୍ଟିଆଙ୍କୁ କାଉଣ୍ଟର କରିଛନ୍ତି। ବୁଧବାର ବିଜେଡି ଜନ ସଂପର୍କ ପଦଯାତ୍ରା ଉଦଯାପନୀ ଅବସରରେ ଦଶ ହଜାରରୁ ଅଧିକ ଦଳୀୟ କର୍ମୀଙ୍କୁ ନେଇ ମହେଶ୍ବର ପୁରୀ ବଡଦାଣ୍ଡରେ ରାଲି କରିଛନ୍ତି । ଏହି ବିଶାଳ ରାଲିକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଏହି ବିଶାଲ ରାଲି ଦ୍ବାରା ମହେଶ୍ବର ନିଜ ସ୍ଥିତି ଦୃଢ ଥିବା ଦଳୀୟ ସୁପ୍ରିମୋଙ୍କୁ ବାର୍ତ୍ତା ଦେଇଛନ୍ତି । ରାଲି ଆଳରେ ଦଳୀୟ ପ୍ରତିଦ୍ବନ୍ଦୀ ବାହାରି ଥିବା ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ଏକ ପ୍ରକାର ଟକ୍କର ଦେଇଛନ୍ତି ପୁରୁଖା ମହେଶ୍ବର । ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ଗତ ଅକ୍ଟୋବର 2 ତାରିଖରୁ ଆରମ୍ଭ ହୋଇଥିବା ଜନ ସଂପର୍କ ପଦଯାତ୍ରା ବୁଧବାର ଉଦଯାପନୀ ହୋଇଛି । ଏହି ଅବସରରେ ବରିଷ୍ଠ ନେତା ମହେଶ୍ବର ମହାନ୍ତି ଓ ତାଙ୍କ ପୁଅ ତଥା ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ ମହାନ୍ତି ପଦଯାତ୍ରାର ନେତୃତ୍ବ ନେଇଥିଲେ । ମହେଶ୍ବର ଏହି ଜନ ସମ୍ପର୍କ ପଦଯାତ୍ରାରେ ନିଜ ପୁଅ ସୁନିଲ ମହାନ୍ତିଙ୍କୁ ନେତୃତ୍ବ ଦେଇ ପୁଅ ପାଇଁ ଆଶାୟୀ ଥିବା ଏକ ପ୍ରକାର ଚର୍ଚ୍ଚା ଜୋର ଧରିଛି । ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗ ମଞ୍ଚରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ନିକଟରେ ଠିକରେ ପହଞ୍ଚାଇବାକୁ ସେ କର୍ମୀ ମାନଙ୍କ ଆହ୍ବାନ ଦେଇଥିଲେ । ତାଙ୍କ ଦଳର ଶୁଭାଶିଷ ଖୁଣ୍ଟିଆ ଅଲଗା ପଦଯାତ୍ରା କରିବା ଉପରେ ମହେଶ୍ବର କହିଛନ୍ତି ଦଳରେ ରହି ଅଲଗା ହୋଇ କାର୍ଯ୍ୟ କରିବା ଠିକ ନୁହେଁ । ଅନ୍ୟପଟେ ବିଜୁ ଯୁବ ଜନତା ଦଳର ଉପ ସଭାପତି ସୁନିଲ ମହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଜନ ସମ୍ପର୍କ ପଦଯାତ୍ରା ହେଉଛି । ସରକାରଙ୍କ ଯୋଜନା ଲୋକ ମାନେ ଲାଭ ପାଉଛନ୍ତି କି ନାହିଁ, କେଉଁ ସମସ୍ୟା ରହିଛି, ସେ ନେଇ ଲୋକଙ୍କ ମତାମତ ଏହି ଜନ ସଂପର୍କ ପଦଯାତ୍ରାରେ ନିଆଯାଉଛି । ଖୁବ ଶୀଘ୍ର ବିଜେଡ଼ିର କର୍ମୀଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଲୋକଙ୍କ ସମସ୍ୟା ବୁଝି ଏହା କିଭଳି ଦୂର କରିହେବ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୁନିଲ ମହାନ୍ତି କହିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.