ETV Bharat / state

ପୁରୀରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଟୀକାକରଣ ଆରମ୍ଭ

author img

By

Published : May 20, 2021, 1:36 PM IST

ପୁରୀରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଟୀକାକରଣ ଗୁରୁବାର ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ପୁରୀରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ଟୀକାକରଣ ଆରମ୍ଭ

ପୁରୀ: ବଡଦାଣ୍ଡ ନିକଟସ୍ଥ ବଳଗଣ୍ତି ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ନାଗରିକଙ୍କ ସହ ଦିବ୍ୟାଙ୍ଗମାନଙ୍କର ଟୀକାକରଣ ଗୁରୁବାର ଆରମ୍ଭ ହୋଇଛି । ଟୀକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଉଭୟ ବର୍ଗଙ୍କୁ ପର୍ଯ୍ୟାୟକ୍ରମେ ଟିକା ଦିଆଯିବ ।

ପ୍ରଥମ ଦିନରେ ୭୨ ଜଣଙ୍କୁ ଟିକା ଦିଆଯିବାକୁ ଥିବା ବେଳେ ବଳଗଣ୍ତି ସ୍କୁଲରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ପର୍ଯ୍ୟାୟ କ୍ରମେ ସେମାନଙ୍କୁ ଟିକା ଦିଆଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗମାନଙ୍କର ପଞ୍ଜୀକରଣ କରାଯାଇଛି। ସେହି ଅନୁସାରେ ଟୀକାକରଣ କରାଯିବ । ୭୦ ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତି ଓ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ ବଳଗଣ୍ତି ଉଚ୍ଚ ବିଦ୍ୟାଳୟରେ ଟୀକାକରଣ କରାଯାଉଛି।

ସ୍ବତନ୍ତ୍ର ଗାଡି ମାଧ୍ୟମରେ ବରିଷ୍ଠ ନାଗରିକଙ୍କ ସହ ଦିବ୍ୟାଙ୍ଗଙ୍କୁ ଆଣି ଟିକା ପ୍ରଦାନ କରାଯାଉଛି। ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜରୁରୀ କାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଏଡିଏମଓ ଡଃ ବିରଜା ଶଙ୍କର ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ତ୍ରିପାଠୀ, ଆଶା ସଂଯୋଜକ ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ଯୋଜନା ପରାମର୍ଶଦାତା ସିଦ୍ଧାର୍ଥ ରାୟ ପ୍ରମୁଖ ଟୀକାକରଣ କାର୍ଯ୍ୟରେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.