ETV Bharat / state

କୋଭିଡ କଟକଣା ସହ ପୁରୀରେ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ - puri news

ପୁରୀ ଜିଲ୍ଲାରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରାଯାଇଥିଲା । କୋଭିଡ କଟକଣା ଓ ସାମାଜିକ ଦୂରତ୍ବ ପାଳନ କରି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଛି । ଅଧିକ ପଢନ୍ତୁ...

କୋଭିଡ କଟକଣା ସହ ପୁରୀରେ ଉତ୍କଳମଣିଙ୍କ ଜନ୍ମଜୟନ୍ତୀ ପାଳିତ

author img

By

Published : Oct 9, 2020, 7:48 PM IST

ପୁରୀ: ସାରା ରାଜ୍ୟରେ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 144ତମ ଜୟନ୍ତୀ ପାଳିତ ହୋଇଛି । ଏହି କ୍ରମରେ ପୁରୀ ଜିଲ୍ଲାରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଜିଲ୍ଲାପାଳ ବଲୱନ୍ତ ସିଂ ସିଂହଦ୍ବାର ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ପରେ ଜିଲ୍ଲାପାଳ ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ ମାଲ୍ୟାର୍ପଣ କରିବା ସହ ଉତ୍କଳମଣିଙ୍କ ସ୍ମୃତିଚାରଣ କରିଥିଲେ ।

କୋଭିଡ କଟକଣା ସହ ପୁରୀରେ ଉତ୍କଳମଣିଙ୍କ ଜନ୍ମଜୟନ୍ତୀ ପାଳିତ

ଏହି ଅବସରରେ ଗୋପବନ୍ଧୁଙ୍କ ଅଣନାତି ଧିରେନ୍ଦ୍ର ଦାସ, ଦେବେନ୍ଦ୍ର ଦାସ ଓ ଅନ୍ୟ ପରିବାର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସିଂହଦ୍ବାର ଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରବୀର ସିଂ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସଂସଦର କର୍ମକର୍ତ୍ତା ଶରତ ଜୟସିଂ, ଗୋବିନ୍ଦ ପ୍ରସାଦ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସୌମେନ୍ଦ୍ର ଦାସ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, ବକୁଳବନ ନିକଟସ୍ଥ ସମାଧିପୀଠ, ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖ ପ୍ରତିମୂର୍ତ୍ତିରେ ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । କୋଭିଡ କଟକଣା ଓ ସାମାଜିକ ଦୂରତ୍ବ ପାଳନ କରି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.