ETV Bharat / state

ରାଜ୍ୟରେ ଖୁବଶୀଘ୍ର 5G ସେବା, କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା

author img

By

Published : Sep 15, 2022, 5:50 PM IST

Updated : Sep 15, 2022, 6:33 PM IST

ପୁରୀରେ ବିଜେପିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣର ଆଜି ଉଦଯାପନୀ ଦିବସ । ଆଜି ଶେଷ ଦିବସରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଦଳକୁ କିଭଳି ମଜଭୁତ କରିହେବ ସେ ନେଇ ଟିପ୍ସ ଦେଇଛନ୍ତି । ଏହାସହିତ ଓଡ଼ିଶାରେ ଖୁବଶୀଘ୍ର 5G ସେବା ଆରମ୍ଭ ହେବା ନେଇ ପୁରୀରେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୁରୀରେ ବିଜେପିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣର ଆଜିଥିଲା ଉଦଯାପନୀ ଦିବସ । ତେବେ ଆଜି ଶେଷ ଦିବସରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଶିକ୍ଷଣ ଶିବିରରେ ଆସି ଯୋଗ ଦେଇଛନ୍ତି । ଏଥିସହ ନିଜ ଦଳକୁ କିପରି ମଜବୁତ କରିହେବ ସେ ନେଇ ଟିପ୍ସ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ପୁରୀ ଗସ୍ତରେ ଓଡିଶାରେ ଖୁବ ଶୀଘ୍ର 5ଜି ସେବା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିସହ 5-Gରେ ପରିବେଶ ଉପରେ କୌଣସି ବିପଦ ନଥିବା ନେଇ ସୂଚନା ଦେଇଛନ୍ତି।

ରାଜ୍ୟରେ ଖୁବଶୀଘ୍ର 5G ସେବା

ତେବେ ସୂଚନା ଅନୁଯାୟୀ, ସେ ଆଜି ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଏଥିସହ ଓଡିଶାବାସୀ ଓ ଦେଶବାସୀଙ୍କ ପାଇଁ ସୁଖ ସମୃଦ୍ଧି କାମନା କରିଛନ୍ତି । ତେବେ ସେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଶ୍ରୀମନ୍ଦିର ଭିତରେ ବିଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାଛଡା ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଆନନ୍ଦ ଅନୁଭବ କରିଥିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ପୁରୀରେ ହେବ ବିଜେପିର ପ୍ରଶିକ୍ଷଣ ଶିବିର, ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

ତେବେ ଆଗରୁ ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ଆରମ୍ଭ ହେବା ନେଇ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିବା ବେଳେ ଓଡିଶାରେ ମଧ୍ୟ ଖୁବଶୀଘ୍ର 5ଜି ସେବା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ୧୩, ୧୪ ଓ ୧୫ ତାରିଖରେ ପୁରୀରେ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ଚାଲିଥିବାରୁ ଆଜି ଶେଷ ଦିବସ ଶିବିରରେ ଯୋଗଦେଇ ଦଳକୁ କିପରି ମଜବୁତ କରିହେବ ସେ ନେଇ ଆଲୋଚନା କରିଥିଲେ ।

ସୂଚନା ଥାଉକି, ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଚଳିତମାସ ପ୍ରଥମ ସପ୍ତାହରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ରାଜ୍ୟ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସେପ୍ଟେମ୍ବର ୧୩, ୧୪ ଏବଂ ୧୫ରେ ପୁରୀରେ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ହେବା ନେଇ ସ୍ଥିର ହୋଇଥିଲା । ରାଜ୍ୟ ପ୍ରଭାରୀଙ୍କ ଓଡିଶା ଗସ୍ତ ଅବସରରେ ଅନୁଷ୍ଠିତ ବିଜେପିର କୋର କମିଟି ଏବଂ ରାଜ୍ୟ ବୈଠକରେ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଥିଲା । ଓଡ଼ିଶାରେ ମିଶନ ୨୦୨୪ ସଫଳ ହେବା ନେଇ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ ।

ଇଟିଭି ଭାରତ, ପୁରୀ

Last Updated : Sep 15, 2022, 6:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.