ବ୍ରହ୍ମଗିରି: ବୋମା ମାଡରେ ଦୁଇ ଯୁବକ ଗୁରୁତର । ବ୍ରହ୍ମଗିରିର କଟକପଡା ଗ୍ରାମର ଦୁଇ ଯୁବକଙ୍କ ଉପରକୁ କେହି ଜଣେ ଅଜଣା ଯୁବକ ବୋମା ମାଡ କରିଥିବା ଜଣାପଡିଛି । ଯେଉଁଥିରେ ଦୁଇ ଯୁବକ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ ଶୌଚ ହୋଇ ଗାଁ ଛକ ନିକଟରେ ଛିଡା ହୋଇଥିଲେ । ସେହି ସମୟରେ ହଠାତ୍ ବୋମାମାଡ ହୋଇଥିଲା । ଯେଉଁଥିରେ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ ଗୁରୁତର ଆହତ ହୋଇ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
ଏପଟେ ବୋମା ମାଡର କାରଣ ଅସ୍ପଷ୍ଟ ଥିବାବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
ବ୍ରହ୍ମଗିରିରୁ ଦେବାଶିଷ୍ ଦାସ, ଇଟିଭି ଭାରତ