ପୁରୀ: କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟୁରିଷ୍ଟ ବସ୍ । ମଧ୍ୟାହ୍ନ ପ୍ରାୟ 12ଟା ସମୟରେ କେନ୍ଦ୍ରାପଡା ପାଟକୁରା ଚିତ୍ରତ୍ତୋଳ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ ବସ୍ ପୁରୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସକୁ ପିଟିଥିଲା । ଫଳରେ ଯାତ୍ରୀବହୀ ବସ୍ ଡ୍ରାଇଭରର ମୃତ୍ୟୁ ହୋଇଛି ।
ଅନ୍ଯପକ୍ଷେ ଉଭୟ ବସରୁ 12ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ କୋଣାର୍କ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ