ETV Bharat / state

Chittaranjan Murder Case: ୨ ଜଣଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ

author img

By

Published : Dec 24, 2021, 5:05 PM IST

Updated : Dec 25, 2021, 11:20 AM IST

ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ । ଅଧିକ ପଢ଼ନ୍ତୁ

ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା: ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ

ପୁରୀ: ପୁରୀର ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ଶାଶନ ଦାମଦୋରପୁରର ଜଗନ୍ନାଥ ଷଡ଼ଙ୍ଗୀ ଓ ଚକ୍ରପଡାର ଅଶୋକ ଉପାଧ୍ୟାୟକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗ୍ରାମୀଣ ନ୍ୟାୟାଳୟରେ ଜାମିନ୍ ନାମଞ୍ଜୁର ହେବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ ।

Chittaranjan Murder Case: ୨ ଜଣଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ

ଆଇପିସିର ଦଫା ୩୦୨, ୧୨୦ ବି, ୨୦୧ ଓ ଦଫା ୩୪ରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଡିସେମ୍ବର ୧୧ ତାରିଖ (ଶନିବାର) ଦିନ ବିଳମ୍ବିତ ରାତିରେ ପୁରୀ ମାଟିଆପଡ଼ାସ୍ଥିତ ଜଗନ୍ନାଥ ଷଡ଼ଙ୍ଗୀର ଭଡ଼ାଘରେ ଭୋଜି ପରେ ରାତିରେ ଜଗନ୍ନାଥ ଷଡ଼ଙ୍ଗୀ ଚିତ୍ତ ସହ ଚକ୍ରପଡା ଗ୍ରାମର ଜଣେ ମହିଳାଙ୍କ ଘରକୁ ଯାଇଥିଲେ । କୌଣସି ଘଟଣାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ଘଟଣାରେ ଗଣ୍ଡଗୋଳ ବେଳେ ଚିତ୍ତଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତେବେ ପୂର୍ବରୁ ଉକ୍ତ ମହିଳାଙ୍କ ଘରକୁ ଜଗନ୍ନାଥ ଷଡ଼ଙ୍ଗୀ ବାରମ୍ବାର ଯାତାୟତ କରୁଥିଲେ । ତେବେ କେଉଁ କାରଣରୁ ଉକ୍ତ ମହିଳାଙ୍କ ନିକଟକୁ ଜଗା ବାରମ୍ବାର ଯାଉଥିଲେ ଓ ଘଟଣା ଦିନ ରାତିରେ ଚିତ୍ତଙ୍କୁ ନେଇ ଜଗା କଣ ପାଇଁ ଯାଇଥିଲେ ସେନେଇ କିଛି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିନି । ସେହିପରି ଏହି ଗଣ୍ଡୋଗୋଳରେ ଉକ୍ତ ମହିଳାଙ୍କ କଣ ସମ୍ପୃକ୍ତି ରହିଛି ଏବଂ ଉକ୍ତ ମହିଳାଙ୍କ ସ୍ୱାମୀ ଅଶୋକ ଉପାଧ୍ୟାୟଙ୍କ କଣ ଭୂମିକା ରହିଛି ସେନେଇ କ୍ରାଇମବ୍ରାଞ୍ଚ କୌଣସି ତଥ୍ୟ ଦେଇନାହିଁ ।

ଏହି ଘଟଣା ଏବେ ଅନ୍ୟ ଦିଗକୁ ଦର୍ଶାଉଛି । ଏହି ଘଟଣାରେ ୫ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସହ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ୍, ଭିସେରା, ଡାଏଟମ୍, ରକ୍ତ ନମୁନା ଓ ଘଟଣାସ୍ଥଳରୁ ଜବତ ହୋଇଥିବା ସାମଗ୍ରୀର ସାଇଣ୍ଟିଫିକ ଓ ବୈଷୟିକ ଯାଞ୍ଚ ପରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି । ଚିତ୍ତ ରଞ୍ଜନଙ୍କ ହତ୍ୟାକାଣ୍ଡରେ ଏହି ଦୁଇଜଣଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି । ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣିବା ପରେ ତଥ୍ୟ ପ୍ରମାଣ ହାସଲ ପାଇଁ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯିବ । ଘଟଣାରେ ଅନ୍ୟ ମାନଙ୍କ ସମ୍ପୃକ୍ତି ଆସିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Dec 25, 2021, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.