ETV Bharat / state

ବେଆଇନ କରତ କଳ ବନ୍ଦ ଦାବି, ଗୋପ ବନଖଣ୍ଡ ଅଫିସ ସମ୍ମୁଖରେ ଆଦିବାସୀଙ୍କ ଧାରଣା - ଗୋପ ବନଖଣ୍ଡ ଅଫିସ ସମ୍ମୁଖରେ ଧାରଣା

7ଟି ବ୍ଲକରେ ବେଆଇନ କରତ କଳ ବନ୍ଦ କରିବା ଦାବିରେ ରାଜ୍ୟ ଦଳିତ ଆଦିବାସୀ ମାଇନରଟି ମହାସଂଘ ପକ୍ଷରୁ ଗୋପ ବନଖଣ୍ଡ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବେଆଇନ କରତ କଳ ବନ୍ଦ ଦାବି, ଗୋପ ବନଖଣ୍ଡ ଅଫିସ ସମ୍ମୁଖରେ ଆଦିବାସୀଙ୍କ ଧାରଣା

author img

By

Published : Mar 10, 2022, 9:58 AM IST

ପୁରୀ: ଜିଲ୍ଲାର 7ଟି ବ୍ଲକରେ ବେଆଇନ କରତ କଳ ବନ୍ଦ କରିବା ଦାବିରେ ରାଜ୍ୟ ଦଳିତ ଆଦିବାସୀ ମାଇନରଟି ମହାସଂଘ ପକ୍ଷରୁ ଗୋପ ବନଖଣ୍ଡ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ପୁରୀରେ ବେଆଇନ କରତ କଳ ସଂଖ୍ୟା ବୃଦ୍ଧି ପାଇଛି । ଏହାଦ୍ୱାରା ପରିବେଶ ଉପରେ ପ୍ରଭାବ ପଡ଼ୁଛି । ଜଙ୍ଗଲ ସଫା ହେବା ସହ ପ୍ରଦୃଷଣ ବଢିବା ଦ୍ବାରା ଜୀବ ଜଗତ ଉପରେ କୁପ୍ରଭାବ ପଡୁଛି ।

ଏନେଇ ରାଜ୍ୟ ଦଳିତ ମଞ୍ଚ ପକ୍ଷରୁ ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀକୁ ବାରମ୍ବାର ଅଭିଯୋଗ କରାଯାଇଥିଲା । ହେଲେ ପୁରୀ ବନଖଣ୍ଡ ଅଧିକାରୀ ନିରବ ରହିବାରୁ ଆଜି ଏନେଇ ପ୍ରତିବାଦ କରାଯାଇଛି । ଶତାଧିକ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ଗୋପ ବନଖଣ୍ଡ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ବେଆଇନ କରତ କଳ ଆଗାମୀ ଦିନରେ ଦିନ ବନ୍ଦ ନହେଲେ । ଆଗାମୀ ଦିନରେ ପିପିଲି ଟୋଲ୍ ଗେଟ୍‌ ଠାରୁ ବାହାରି ନବୀନ ନିବାସ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ ବୋଲି କହିଛନ୍ତି ରାଜ୍ୟ ଦଳିତ ମହାସଂଘ ସଭାପତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.