ପୁରୀ : ସାମୁଦ୍ରିକ ଝଡ ବୁଲବୁଲ ଓଡିଶା ଦେଇ ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେଉଛି । ବାତ୍ୟା ବୁଲବୁଲର ପ୍ରଭାବ ପୁରୀ ଉପରେ ନପଡିଥିଲେ ବି ଗତକାଲି ସନ୍ଧ୍ୟାରେ ସାମାନ୍ୟ ବର୍ଷା ହୋଇଛି । ତେବେ ଆଜି କେବଳ ମେଘୁଆ ପାଗ ରହିଛି । ପବନର ବେଗ ବି କମ ରହିଛି ।
ତେବେ ବାତ୍ୟା ଉପକୂଳ ଅତିକ୍ରମ କରିନଥିବା ହେତୁ ପ୍ରଶାସନ ସତର୍କତା ଅବଲମ୍ବନ କରୁଛି। ସମୁଦ୍ର କୂଳରେ ନାଲି ପତାକା ଲଗାଯାଇ ସମୁଦ୍ର ସ୍ନାନ ନେଇ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଅନ୍ୟପଟେ ପର୍ଯ୍ୟଟକ ମାନେ ନିରାଶ ହୋଇଛନ୍ତି । ବହୁ ଦୂର ଦୁରାନ୍ତରୁ ଆସିଥିବା ବେଳେ ପାଗ ଖରାପ ଯୋଗୁଁ ସମୁଦ୍ର ସ୍ନାନର ମଜା ନେଇ ପାରୁନାହାଁନ୍ତି ପର୍ଯ୍ୟଟକ । ଅନ୍ୟପକ୍ଷରେ ସମୁଦ୍ର କୂଳରେ ପ୍ରଶାସନ ପକ୍ଷରୁ 80 ଜଣ ଲାଇଫ ଗାର୍ଡ ମୁତୟନ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ