ETV Bharat / state

ମାଲେସିଆ ଜାହାଜ ପାଖରେ ପର୍ଯ୍ୟଟକଙ୍କ ଭିଡ

ମାଲେସିଆ ଜାହାଜ ପାଖରେ ପର୍ଯ୍ୟଟକଙ୍କ ଭିଡ । ପ୍ରତିଦିନ ଜାହାଜକୁ ଦେଖିବା ଲାଗି ଚିଲିକା ରାଜହଂସ ପାଖରେ ଶତାଧିକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ ହୋଇ ଏଠାରେ ଲାଗିଥିବା ଜାହାଜଟି ଧୀବର ଓ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ହୋଇଥିବାବେଳେ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟଛି।

author img

By

Published : Sep 3, 2019, 5:28 PM IST

ଡିଜାଇନ ଫଟୋ

ବ୍ରହ୍ମଗିରି: ମାଲେସିଆ ଜାହାଜ ପାଖରେ ପର୍ଯ୍ୟଟକଙ୍କ ଭିଡ । ପ୍ରତିଦିନ ଏହାକୁ ଦେଖିବା ଲାଗି ଚିଲିକା ରାଜହଂସ ପାଖରେ ଶତାଧିକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ ହୋଇ ଏଠାରେ ଲାଗି ଥିବା ଜାହାଜଟି ଧୀବର ଓ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ହୋଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣ ପାଲଟିଛି। ଯାହାକୁ ହାତ ଛଡା କରୁନାହାଁନ୍ତି ଚିଲିକା ବୁଲି ଆସୁଥିବା ପର୍ଯ୍ୟଟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ପାଖାପାଖି ଏକ ମାସ ହେବ ମାଲେସିଆର ମାଲବାହୀ ଜାହାଜଟି ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକା ରାଜହଂସ ନିକଟ ସମୁଦ୍ରରେ ଲାଗିଛି । ଯାହା ସ୍ଥାନୀୟ ଡଙ୍ଗା ଚାଳକଙ୍କୁ ଭଲ ଦୁଇପଇସା ରୋଜଗାର ଦେଉଛି । ସେପଟେ ଜାହାଜ ସୁରକ୍ଷା ଦାୟିତ୍ବରେ ଥିବା ନିକଟସ୍ଥ ଖିରିସାହି ଗ୍ରାମର ଲୋକେ ଏଠାରେ ତମ୍ବୁ କରି ରହିବା ସହ ସୁରକ୍ଷା ପାଇଁ ଜାହାଜ ମାଲିକ ଠାରୁ ମୋଟା ଅଙ୍କରେ ଅର୍ଥ ପାଉଛନ୍ତି।

କହିବାକୁ ଗଲେ ଯେଉଁଠାରେ ଦିନେ ମାଛି ଉଡୁଥିଲେ ସେଠାରେ ଦୁର୍ଘଟଣାଗ୍ରସ୍ତ ଜାହାଜ ପାଇଁ ଜନଗହଳି ଦେଖିବାକୁ ମିଳୁଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଜାହାଜ ପାଖରେ ପଯ୍ୟଟକଙ୍କ ଭିଡ।
ପଯ୍ୟଟନ ସ୍ଥଳ ପଲଟିଯାଇଛି ମାଲେସିଆ ଜାହାଜ।ଏଠି ହଜାର ହଜାର ପଯ୍ୟଟକଙ୍କ ଭିଡ ହେଉଛି ପ୍ରତିଦିନ।

Body:ଗତ ପାଖ ପାଖି 1ମାସ ଧରି ଚିଲିକା ରାଜହଂସ ନିକଟ ସମୁଦ୍ରରେ ମଲେସିଆର ମାଲବାହୀ ଜାହାଜ ଦୁର୍ଘଟଣା ଗ୍ରସ୍ତ ହୋଇ ଲାଗିଛି।ସ୍ଥାନୀୟ ଧୀବର ଓ ପରିବେଶବିତ ମାନଙ୍କ ଚିନ୍ତାର କାରଣ ହୋଇଥିବା ବେଳେ ଚିଲିକାକୁ ବୁଲି ଆସିଥିବା ପଯ୍ୟଟକ ମାନଙ୍କ ଖୁସିର ଖୋରାକ ଯୋଗାଇ ଦେଇଛି।
ପଯ୍ୟଟକ ମାନେ ଚଳିକା ବୁଲି ଡ଼ଲଫିନ ଦେଖିବା ସହ ରାଜହଂସ ଯାଇ ମାଲେସିଆ ଜାହାଜ ବୁଲି ଦେଖିବା କୁ ହାତ ଛଡା କରୁନାହାନ୍ତି।ସମୁଦ୍ର ଢେଉରେ ବିଦେଶୀ ଜାହାଜକୁ ପାଖରୁ ଦେଖିବାର ନିଆରା ଅନୁଭୂତିକୁ ସାଉଁଟି ଧରୁଛନ୍ତି ପଯ୍ୟଟକ ମାନେ।
ଜାହାଜ ରହିବା ଦ୍ଵାରା ସ୍ଥାନୀୟ ଡଙ୍ଗା ଚାଳକ ମାନେ ଭଲ ଦୁଇ ପଇସା ରୋଜଗାର କରିବାର ମାଧ୍ୟମ ମିଳିଯାଇଛି।ଜାହାଜ ସୁରକ୍ଷାରେ ଥିବା ନିକଟ ଖିରିସାହି ଗ୍ରାମର ଲୋକମାନେ ସେଠି ତମ୍ବୁ କରି ରହିବା ସମୁଦ୍ର କୂଳରେ ଭୋଜି କରି ଖାଇବା ସହ ସୁରକ୍ଷା ପାଇଁ ଜାହାଜ ମାଲିକ ଠାରୁ ମୋଟା ଅଙ୍କରେ ଆର୍ଥିକ ପାଉଛନ୍ତି।
କହିବାକୁ ଗଲେ ଯେଉଁଠି ଦିନେ ଜନଶୂନ୍ୟ ଇଲାକା ଥିଲା ସେହିଠାରେ ଜନଗହଳି ହୋଇଯାଇଛି।କୌଣସି ଯାତ୍ରା ଅବା ମେଳା ର ଭ୍ରମ ସୃଷ୍ଟି ହୋଇଛି।
ଦେଖିବାକୁ ବାକି ରହିଲା କେତେଦିନ ପଯ୍ୟନ୍ତ ବିଦେଶୀ ମାଲେସିଆ ଜାହାଜ ସେଠାରେ ରହୁଛି ଓ ପଯ୍ୟଟକ ମନେ ବିଦେଶୀ ଜାହାଜ ଦେଖିବାର ନିଆରା ଅନୁଭୂତି ସାଉଁଟୁଛନ୍ତି।

Conclusion:byte 1 .khirisahi gramabasi
byte 2 .Somyaranjan Mishra.pajyatak
all byte and visual send by mojo.
ଦେବାଶିଷ ଦାସ, ବ୍ରହ୍ମଗିରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.