ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଡିମିରିସେଣା ଗ୍ରାମକୁ ପର୍ଯ୍ୟଟନ ବିଭାଗ ଦ୍ଵାରା ସରକାରୀ ମାନ୍ୟତା ପ୍ରଦାନ ପାଇଁ ପଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଘୋଷଣା କରିଛନ୍ତି । ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଗୋଟିପୁଅ ନାଚର ଏନ୍ତୁଡ଼ିଶାଳ ଡିମିରିସେଣା ଗ୍ରାମ ।
ଓଡିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ନାଚ ଓ ବାଦ୍ୟ ମହୋତ୍ସବ ମାର୍ଚ୍ଚ 15, 16 ଓ 17 ତାରିଖ, ତିନି ଦିନ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ପଯ୍ୟଟନ ମନ୍ତ୍ରୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଚନ୍ଦ୍ରଶେଖର ଗୋଟିପୁଅ କଳାସଂଘ ପକ୍ଷରୁ ପ୍ରତି ସନ୍ଧ୍ୟାରେ ଗୋଟିପୁଅ ନାଚ ଓ ସଙ୍ଗୀତ ପରିବେଷଣ କରାଯିବ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ