ETV Bharat / state

ଭିନ୍ନକ୍ଷମ ନାବାଳିକାକୁ ସିଗାରେଟ ଚେଙ୍କ ଦେଲା ପ୍ରେମିକ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ୍ ପରେ ଅଭିଯୁକ୍ତ ଗିରଫ

author img

By

Published : Jan 30, 2023, 10:36 PM IST

ପ୍ରେମ ବ୍ୟାପାରକୁ ନେଇ ଭିନ୍ନକ୍ଷମ ନାବାଳିକାକୁ ନିର୍ଯ୍ୟାତନା । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଅଧିକ ପଢ଼ନ୍ତୁ

Torture of disabled minors girl
ରାଗିଗଲା ପ୍ରେମିକ

ପୁରୀ: ପ୍ରେମରେ ବିଫଳ ହେବାରୁ ରାଗିଗଲା ପ୍ରେମିକ । ଭିନ୍ନକ୍ଷମ ନାବାଳିକା ପ୍ରେମିକାକୁ ଜଙ୍ଗଲକୁ ଉଠାଇ ନେଇ ଦେଲା ନିର୍ଯ୍ୟାତନା । ନାବାଳିକାର ପାଟିରେ ଜୋରଜବରଦସ୍ତ ସିଗାରେଟ ପୁରାଇ ଦେଇଥିଲା ପ୍ରେମିକ । ଏହାକୁ ମଧ୍ୟ ଭିଡିଓ କରିଥିଲା ପ୍ରେମିକ ଓ ତା ସହଯୋଗୀ । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଦୁଇଜଣ ଯୁବକ ଯୋଜନାବଦ୍ଧ ଭାବେ ଏଭଳି ନିର୍ଯ୍ୟାତନା ଦେଇଛନ୍ତି । ଏହି ଘଟଣାରେ ପୋଲିସ ଭିଡିଓକୁ ଆଧାର କରି ୨ଜଣ ଯୁବକଙ୍କୁ ଥାନାକୁ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ଥାନାରୁ ଛାଡ଼ିଦେଇଛନ୍ତି ।

ଭିନ୍ନକ୍ଷମ ନାବାଳିକାଙ୍କ ପକ୍ଷରୁ ହୋଇଥିବା ଏତଲା ଆଧାରରେ ପୋଲିସ ୩୪୧, ୨୯୪, ୩୨୩, ୩୫୪, ୩୫୪(କ), ୫୦୬, ୫୦୯ ଓ ୩୪ ଆଇପିସି ଦଫା ଲଗାଇଛି। । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ସୁରେଶ ପଲାଇ ଓରଫ ମିଥୁନ। ମିଥୁନ ନାବାଳିକାକୁ ପ୍ରେମ କରୁଥିଲା। ତେବେ ପ୍ରେମରେ ବିଫଳ ହେବାପରେ ଜଣେ ନାବାଳକ ସହ ଭିନ୍ନକ୍ଷମ ନାବାଳିକାକୁ ଜଙ୍ଗଲକୁ ଉଠାଇ ନେଇ ତାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ଏପରିକି ନାବାଳିକା ପାଟିରେ ଜଳନ୍ତା ସିଗାରେଟ ପୁରାଇ ଶୋଷିବାକୁ ବାଧ୍ୟ କରିଥିଲା । ଏହାପରେ ଏକ ବାଡ଼ିରେ ମଧ୍ୟ ନିର୍ଦ୍ଧୁମ ପିଟିଥିଲେ । ଏ ସମସ୍ତ ଦୃଶ୍ୟ ମୋବାଇଲରେ ରେକର୍ଡ ହୋଇ ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତେବେ ଅଭିଯୁକ୍ତ ମିଥୁନକୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନାବାଳକକୁ ପୋଲିସ୍ ଯୁଭେନାଇଲ ହୋମକୁ ନ ପଠାଇ ପୋଲିସ୍ ଛାଡି ଦେବା ଘଟଣାକୁ ନାବାଳିକା ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ନିକଟରେ ଯାଜପୁରରେ ମଧ୍ୟ ଏକ ଘଟଣା ଦେଖିବାକୁ ମିଳିଥିଲା । ଇନଷ୍ଟାଗ୍ରାମରୁ ପ୍ରେମ କରି ଫସିଥିଲା ନାବାଳିକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପରିଚିତ ପ୍ରେମିକ ଘରକୁ ଚାଲିଆସିଥିବା ୨ ବଲାଙ୍ଗୀର ଯୁବତୀଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରିଥିଲା ପୋଲିସ (Two girls rescued from closed room at Abdulpur of Jajpur) । ପ୍ରେମିକ ତଥା ଅଭିଯୁକ୍ତ ଏହି ୨ ଭଉଣୀଙ୍କୁ କୋଠରୀରେ ଦୀର୍ଘ ୧ ମାସ ଧରି ବନ୍ଦ ରଖିଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଯାଜପୁର ଟାଉନ ଥାନା ଅନ୍ତର୍ଗତ ସୁନ୍ଦୁରେଇମୁହଁ ଅଞ୍ଚଳରୁ ଏହି ୨ ଯୁବତୀଙ୍କୁ ଉଦ୍ଧାର କରିଥିଲା ।

ଇଟିଭି ଭାରତ, ପୁରୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.