ପୁରୀ: ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପରେ ଆଜି ଉଭାଯାତ୍ରା । ଅଣସର ତାଟି ଖୋଲାଯିବା ପରେ ଦୀର୍ଘ 15 ଦିନ ପରେ ମହାପ୍ରଭୁ ଉଭା ହୋଇଥିବା ହେତୁ ଶ୍ରୀମନ୍ଦିରରେ ଏହାକୁ ଉଭା ଯାତ୍ରା କୁହାଯାଏ । ଆଜିର ଦିନରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।
ବିଶ୍ବାସ ରହିଛି ଉଭାଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ ପୁଣ୍ୟ ମିଳିଥାଏ । ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । କିନ୍ତୁ ଚଳିତବର୍ଷ କୋଭିଡ କଟକଣା ହେତୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଉଭା ଯାତ୍ରା ଦିନ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ତଥା ବନକ ଲାଗି ମଧ୍ୟ ହୋଇଥାଏ ।
ପାରମ୍ପରିକ ରଙ୍ଗ କସ୍ତୁରୀ, ହରିତାଳ, ହିଙ୍ଗୁଳ ,କେଶର ଆଦିର ସମିଶ୍ରଣରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରେ ମହାପ୍ରଭୁ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ