ETV Bharat / state

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଚକାନୟନକୁ ଦେଖି ଭିଜିଲା ଆଖି

author img

By

Published : Jun 19, 2023, 12:28 PM IST

ଦୀର୍ଘ 15 ଦିନ ପରେ ଅଣସର ପିଣ୍ଡିରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଦେଖି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ଅଧିକ ପଢନ୍ତୁ

Nabajoubana Darshan of Lord Jagannath
ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ,
ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଭାବକୁ ନିକଟ ସେ ଅଭାବକୁ ଦୂର । ସେ ହେଉଛନ୍ତି ଭାବର ଠାକୁର । ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଜଗନ୍ନାଥ ନବଯୌବନ ଦର୍ଶନ ବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ପବିତ୍ର ନବଯୌବନ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି ହଜାର ହଜାର ଭକ୍ତ । କାଳିଆର ଟିକେ ଝଲକ ଦେଖି ତରି ଯାଇଛନ୍ତି ଶ୍ରଦ୍ଧାଳୁ ।

14 ଦିନ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ସକାଳ 8ଟାରୁ କାଳିଆର ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଥିଲା । କାଳିଆର ଗୋଟିଏ ଝଲକ ପାଇଁ ଆତୁର ଥିବା ଭକ୍ତ ଭାବ ବିହ୍ବଳ ହୋଇଥିଲା । ସିଏ ଅପୂର୍ବ ତାର ଲୀଳା ଅପୂର୍ବ ତା ଚକା ଆଖିକୁ ଦେଖି ଭିଜିଥିଲା ଭକ୍ତର ଆଖି । ନବଯୌବନ ବେଶ ଦେଖି ଭକ୍ତ ଆତ୍ମ ବିଭୋର ହୋଇଛନ୍ତି । ଅଣସର ତାଟି ଘର ଫିଟିବା ପରେ ସକାଳ 8ଟାରୁ କାଳିଆ ସାଆନ୍ତେଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା । ଏହା ପୂର୍ବାହ୍ନ 11ଟା ଯାଏଁ ଚାଲିଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରି ସାହାଣ ମେଳା ଦର୍ଶନ କରିଛନ୍ତି । 15 ଦିନ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତ ଭାବ ବିହ୍ଵଳ ହୋଇଛନ୍ତି ।

ମହାପ୍ରଭୁଙ୍କ ନୀତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା । ସକାଳ 9ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ଦିନ 11ଟା ଯାଏ ଅନୁଷ୍ଠିତ ହୋଇଥଲା । ସକାଲ 8ଟାରୁ ପାରାମାଣିକ ଟିକେଟଧାରୀ ଦର୍ଶନ କରିଥିଲେ । ଏହା ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା । ଆଜି ମହାପ୍ରଭୁଙ୍କ ଅନେକ ନୀତି ରହିଛି । ସେଥି ପାଇଁ ନବଯୌବନ ଦର୍ଶନ ସୀମିତ ସମୟ ମଧ୍ୟରେ ସମ୍ପର୍ଣ୍ଣ ହୋଇଛି ।

ଆସନ୍ତାକାଲି (ମଙ୍ଗଳବାର) ରଥଯାତ୍ରା ଥିବାରୁ ସଂଧ୍ୟା 7ଟା ପୂର୍ବରୁ ଦଇତା ପତି ସେବକ ମାନେ ମହାପ୍ରଭୁଙ୍କ ସେନା ପଟା ଲାଗି କରିବା ସହ ରଥଯାତ୍ରା ନୀତି ମଧ୍ୟ ରହିଛି । ତେଣୁ ଅଧିକ ସମୟ ଦର୍ଶନ ଚାଲିଲେ ରଥଯାତ୍ରା ନୀତିରେ ବିଳମ୍ବ ହେବ । ଏଣୁ ଶୃଙ୍ଖଳିତ ନୀତିକାନ୍ତି ପାଇଁ ନବ ଯୌବନ ଦର୍ଶନକୁ ମାତ୍ର 3 ଘଣ୍ଟା କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଶୃଙ୍ଖଳିତ ନବଯୌବନ ଦର୍ଶନ ପାଇଁ 70 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ । ତେବେ ଆଜି ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ରଥ ଖଳାରୁ ତିନି ରଥକୁ ଶ୍ରୀମନ୍ଦିର ସିଂହଦ୍ଵାରକୁ ଟଣା ଯାଇ ରଥକୁ ରଖାଯିବା । ଆସନ୍ତାକାଲି(ମଙ୍ଗଳବାର) ରଥ ପ୍ରତିଷ୍ଠା ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ି ପହଣ୍ଡି ବିଜେ ପରେ ଅପରାହ୍ନରେ ରଥଟଣା ଯିବ ।

ଇଟିିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.