ପୁରୀ: ଶ୍ରାବଣ ମାସ ଦ୍ବିତୀୟ ସୋମବାରରେ ଜଳ ଲାଗି ନେଇ ବାବା ଲୋକନାଥଙ୍କ ପାଖରେ କାଉଡ଼ିଆଙ୍କର ଭିଡ଼ ଜମିଛି । କାଉଡି ଧରି ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ହଜାର ହଜାର ଭକ୍ତ ପହଞ୍ଚିଥିଲେ ଲୋକନାଥଙ୍କ ପୀଠରେ ।
ରାଜ୍ୟର କୋଣ ଅନୁକୋଣରୁ ବୋଲବମ ଭକ୍ତମାନେ ଆସି ମହାଦେବଙ୍କ ମସ୍ତକରେ ଜଳ ଲାଗି କରି ବେଶ ଆନନ୍ଦ ଲାଭ କରିଛନ୍ତି । ତେବେ ରବିବାର ମଧ୍ୟ ରାତ୍ରୀରୁ ବାବା ଲୋକନାଥଙ୍କ ଦ୍ବାର ଫିଟା ସହ ଭିତର ଶୋଧ, ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା । ସକାଳ ଧୂପ ପରେ ଜଳ ଲାଗି ଆରମ୍ଭ ହୋଇଥିଲା । ପ୍ରଭୁ ଲୋକନାଥଙ୍କ ପୀଠର ପରମ୍ପରା ଅନୁଯାୟୀ ପ୍ରଭୁ ମହାଦେବଙ୍କ ମସ୍ତକରେ 108 ଗରା ଗଙ୍ଗା ଜଳ ଲାଗି ହୋଇ ଥିଲା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ