ETV Bharat / state

ପୁରୀ ପ୍ରଶାସନର ପଦକ୍ଷେପକୁ ଟ୍ରକ ମାଲିକ ସଙ୍ଘର ବିରୋଧ

author img

By

Published : Nov 11, 2020, 4:36 PM IST

Updated : Nov 11, 2020, 5:06 PM IST

ପୁରୀରେ ଭାରିଯାନ ଚଳାଚଳକୁ ନିଷିଦ୍ଧ କରାଯିବା ପରେ ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଟ୍ରକ ମାଲିକ ସଙ୍ଘ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ଟ୍ରକ ମାଲିକସଙ୍ଘର ବିରୋଧ

ପୁରୀ: ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଟ୍ରକ ମାଲିକ ସଙ୍ଘର ବିରୋଧ । ପୁରୀରେ ଭାରିଯାନ ଚଳାଚଳକୁ ପୋଲିସ ବନ୍ଦ କରିବା ପରେ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଉଛି ।

ପୁରୀ ପ୍ରଶାସନର ପଦକ୍ଷେପକୁ ଟ୍ରକ ମାଲିକ ସଙ୍ଘର ବିରୋଧ

ସୂଚନା ଅନୁଯାୟୀ ପୁରୀରେ ଲଘୁ ଖଣିଜ ପଦାର୍ଥ ଉତ୍ପାଦନରେ 2500ରୁ ଊର୍ଦ୍ଧ୍ବ ଟ୍ରକ ଚଳାଚଳ କରୁଛି । ଏଥିସହ 50 ହଜାରରୁ ଅଧିକ ଲୋକେ ଏହା ଉପରେ ନିର୍ଭର ମଧ୍ୟ କରୁଛନ୍ତି । ହେଲେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଭାରିଯାନ ଚଳାଚଳକୁ ନିଷେଧ କରିବାରୁ ଚିନ୍ତାରେ ଟ୍ରକ ମାଲିକ ଓ ଚାଳକ । ସରକାରୀ ନିୟମକୁ ପାଳନ କରି ଆର୍ ଫର୍ମ, ଓ୍ବାଇ ଫର୍ମ ଓ ଟ୍ରାଞ୍ଜିଟି ଫର୍ମ ନେଇ ଗାଡି ଚଳାଉଥିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ କେଉଁ କାରଣରୁ ଗାଡି ଚଳାଚଳକୁ ବନ୍ଦ କରୁଛନ୍ତି ଏନେଇ ପ୍ରଶ୍ନ କରିଛନ୍ତି ଜିଲ୍ଲା ଟ୍ରକ ମାଲିକ ସଙ୍ଘ ।

ଅନ୍ୟପଟେ ସରକାରୀ ନିୟମ କାର୍ଯ୍ୟାନୁଷ୍ଠାନ ଅନୁସାରେ ତହସିଲଦାରମାରେ ଯେଉଁସବୁ ସ୍ଥାନରେ ବାଲି ବା ଲଘୁ ଖଣିଜ ଉତ୍ତୋଳନ ହେଉଛି ସେହି ସ୍ଥାନରେ କାହିଁକି ଚଢାଉ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ଏସବୁର ଯାଞ୍ଚ ନ ହେବାର ଫଳ ପରବର୍ତ୍ତୀ ସମୟରେ ଟ୍ରକ ମାଲିକ ଓ ଚାଳକଙ୍କୁ ଭୋଗିବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ଏନେଇ ଯଦି ଆଗାମୀ ଦିନରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରେ ତାହେଲେ ସଙ୍ଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 11, 2020, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.