ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ଗୁଣ୍ଡିଚା ମନ୍ଦିର ନା ଜନ୍ନବେଦୀ ? ଜାଣନ୍ତୁ ଏହା ପଛର କାହାଣୀ

ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଜୀଉମାନଙ୍କ ଜନ୍ମସ୍ଥାନ ବୋଲି କହାଯାଇଥାଏ । ଏହି ଗୁଣ୍ଡିଚା ଯାତ୍ରା ପଛର କାହାଣୀ କଣ ? ଗୁଣ୍ଡିଚା ମନ୍ଦିର ନା ମହାପ୍ରଭୁଙ୍କ ଜନ୍ମବେଦୀ ଏଭଳି ଅନେକ କଥାବସ୍ତୁକୁ ନେଇ ଅନେକ ଜଗନ୍ନାଥ ସଂସ୍କୃତିର ଗବେଷକ ଓ ଐତିହାସିକ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 5, 2019, 9:21 AM IST

Updated : Jul 11, 2019, 10:13 AM IST

ଭୁବନେଶ୍ବର: ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଶ୍ରୀଜୀଉମାନେ ଶ୍ରୀମନ୍ଦିର ପରିତ୍ୟାଗ କରି ନବଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି । ଏଣୁ ଏହି ଯାତ୍ରାକୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ନବଦିନାତ୍ମକ ଯାତ୍ରା କୁହନ୍ତି ।

the-story-behind-
ଫାଇଲ ଫଟୋ

ଏହି ଯାତ୍ରାର ଅନ୍ୟା ନାମ ହେଲା-ନୀଳାଦ୍ରୀଯାତ୍ରା, ଘୋଷଯାତ୍ରା,ପତିତପାବନ ଯାତ୍ରା ତଥା ମହାବେଦୀ ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଜୀଉମାନଙ୍କ ଜନ୍ମସ୍ଥାନ ବୋଲି କହାଯାଇଥାଏ । ଏହାକୁ ଗୁଣ୍ଡିଚା ଯାତ୍ରା ପଛର କାହାଣୀ କଣ ? ମାଉସୀ ମା' ମନ୍ଦିର ନା ମହାପ୍ରଭୁଙ୍କ ଜନ୍ମବେଦୀ ? ଏଭଳି ଅନେକ କଥାବସ୍ତୁକୁ ନେଇ ଅନେକ ଜଗନ୍ନାଥ ସଂସ୍କୃତିର ଗବେଷକ ଓ ଏୈତିହାସିକ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି ।

ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଏଠାରେ ସାତଦିନ ଅବସ୍ଥାନ କରନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ତିନି ଠାକୁର ବିଜେ କରନ୍ତି ତାକୁ ଆଡ଼ପମଣ୍ଡପ ବୋଲି କୁହାଯାଏ । ଏହାର ଅର୍ଥ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ, ଏହାକୁ ମହାବେଦୀ ବା ଯଜ୍ଞବେଦୀ ବୋଲି ମଧ୍ୟ କହାଯାଏ । ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପକୁ ଠାକୁରମାନଙ୍କ ପହଣ୍ଡି ବିଜେ ହୁଏ । ଗୁଣ୍ଡିଚା ମନ୍ଦିର ପ୍ରବେଶଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ ।

ଇତିହାସ

ଉତ୍କଳ ସିଂହାସନ ଲାଭ କଲା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବା ଚୋଳଗଙ୍ଗ ଦେବ ଆଗପଛ ହୋଇ ପାଞ୍ଚଟି ରାଜକୁମାରୀଙ୍କୁ ବିବାହ କରିଥିଲେ । ସେମାନଙ୍କ ଭିତରେ ଗଣ୍ଡଚୋଡୀ ବା ଗୁଣ୍ଡିଚାଦେବୀ ବଡ । ଚୋଳରାଜା ବଂଶରେ ଏହାଙ୍କର ଜନ୍ମ ଏବଂ ରାଜାଙ୍କର ପାଟରାଣୀ ହୋଇଥିବାରୁ କଳିଙ୍ଗ ପାଟମହାଦେବୀ ନାମରେ ସେ ରାଜ୍ୟସାରେ ପରିଚିତି ହୋଇଥିଲେ । ଏହାଙ୍କ ସହିତ ଚୋଳରାଜା ଉତ୍କଳ ସିଂହାସନକେ ଅଭିଷେକ ହୋଇଥିଲେ । ସ୍ବାମୀଙ୍କ ପରି ରାଣୀଙ୍କ ମତିଗତି ସବୁବେଳେ ଧର୍ମକର୍ମ ଉପରେ ଥିଲା ଏବଂ ପ୍ରକୃତ ସହଧର୍ମିଣୀ ଭଳି ସେ ବିଷ୍ଣୁ ଉପାସନା ଓ ବୈଷ୍ଣବଧର୍ମ ପ୍ରଚାରରେ ସ୍ବାମୀଙ୍କୁ ନାନା ଭାବରେ ସାହାଯ୍ୟ କରୁଥିଲେ ।

ବଡ ଦେଉଳ ତୋଳା ପରେ ଚୋଳଗଙ୍ଗ ପାଟରାଣୀଙ୍କ ପ୍ରରୋଚନାରେ ଗୋଟିଏ ଅଶ୍ବମେଧ ଯଜ୍ଞର ଆୟୋଜନ କଲେ । ଏଥିପାଇଁ ଯେଉଁ ଯଜ୍ଞଶାଳା ତିଆରି ହେଲେ , ରାଣୀଙ୍କ ନାମ ଅନୁସାରେ ତାହାକୁ ଗୁଣ୍ଡିଚା ମଣ୍ଡପ ଦିଆଗଲା । ଆଷାଢ ମାସ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ଜଗନ୍ନାଥଙ୍କ ସହିତ ବଳଭଦ୍ର ଓ ମାତା ସୁଭଦ୍ରା ଏହି ଗୁଣ୍ଡିଚା ମଣ୍ଡପକୁ ବିଜେ କରାଇ ମହାଆଡମ୍ବରରେ ଯଜ୍ଞ ଆରମ୍ଭ କରାଗଲା । ନଅ ଦିନ ପରେ ଦଶମୀ ତିଥିରେ ଯଜ୍ଞ ଶେଷ ହେଲା ଏବଂ ତିନି ଠାକୁର ବଡ ଦେଉଳରୁ ବିଜେ କରାଗଲା । ଏଥିପାଇଁ ବଡ ଦେଉଳଠାରୁ ଗୁଣ୍ଡିଚା ମଣ୍ଡପ ଯାଏଁ ଯେଉଁ ଦାଣ୍ଡ ତିଆରି କରାଗଲା, ତାହା ଏବେ ବଡଦାଣ୍ଡ ନାମରେ ପରିଚିତ ।

ରାଣୀ ଗୁଣ୍ଡିଚା ଦେବୀ ସ୍ବାମୀଙ୍କର ଅଶ୍ବମେଧ ଯଜ୍ଞ ସ୍ମାରକ ରୂପେ ଏହି ଯାତ୍ରାରେ ପ୍ରତିବର୍ଷ ତିନିଠାକୁରଙ୍କୁ ଗୁଣ୍ଡିଚା ମଣ୍ଡପକୁ ବିଜେ କରାଇଲେ ଏବଂ ଏହି ଯାତ୍ରାଟିକୁ ନିଜ ନାମ ଅନୁସାରେ ଗୁଣ୍ଡିଚା ଯାତ୍ରା ନାମ ଦେଲେ ।

କିମ୍ବଦନ୍ତୀ
ଶ୍ରୀଗୁଣ୍ଡିଚା ମନ୍ଦିରକୁ ମନ୍ଦିର ବୋଲି କେତକ ଗ୍ରହଣ ନ କରି ଗୁଣ୍ଡିଚାଘର ହିସାବରେ ମାନନ୍ତି । କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ । ପାଣ୍ଡବମାନେ ତାହାହିଁ କଲେ ।

ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ । ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା । ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଦ୍ଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା । ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ ‘ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ’ । ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK 

Conclusion:
Last Updated : Jul 11, 2019, 10:13 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.