ETV Bharat / state

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଦ୍ବିତୀୟ ଥର କାରକେଡ ରିହରସଲ - President's visit to Puri

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଦିତୀୟ ଥର ହେଲା କାରକେଡ ରିହରସଲ । ତେବେ ରାଷ୍ଟ୍ରପତି ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଆଜି(ରବିବାର) ପୁରୀରେ ପୋଲିସ ପକ୍ଷରୁ କାରକେଡର ମକଡ୍ରିଲ ହୋଇଛି। ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଦିତୀୟ ଥର ହେଲା କାରକେଡ ରିହରସଲ

author img

By

Published : Mar 21, 2021, 12:01 PM IST

ପୁରୀ: ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଦିତୀୟ ଥର ହେଲା କାରକେଡ ରିହରସଲ । ସୋମବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତି ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଆଜି(ରବିବାର) ପୁରୀରେ ପୋଲିସ ପକ୍ଷରୁ କାରକେଡର ମକଡ୍ରିଲ ହୋଇଛି। ତାଳବଣିଆ ହେଲିପ୍ୟାଡ଼ରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ଆଜି ଦିତୀୟ ଥର କାରକେଡର ମକଡ୍ରିଲ ହୋଇଥିଲା।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଦିତୀୟ ଥର ହେଲା କାରକେଡ ରିହରସଲ

ତେବେ ସୂଚନା ଅନୁଯାୟୀ ମହାମହିମ ରାଷ୍ଟ୍ରପତି ସକାଳ 9 ଟା 5 ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ମା ବିମଳା, ମହାଲକ୍ଷ୍ମୀଙ୍କୁ ଦର୍ଶନ କରି କୋଣାର୍କ ମନ୍ଦିର ପରିଦର୍ଶନ ପାଇଁ ଯିବେ। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତି ସହ ରହିବାକୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଆରଟିପିସିଆର କୋଭିଡ ଟେଷ୍ଟ ହୋଇ ସାରିଛି। ସମସ୍ତ ରିପୋର୍ଟ ନେଗେଟିଭ ଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ବ୍ଲୁ ବୁକ ସିକ୍ୟୁରୀଟି ଅନୁଯାୟୀ ସୁରକ୍ଷା ଦିଆଯିବ।

ଓଡିଶା ପୋଲିସ 40 ପ୍ଲାଟୁନ ଫୋର୍ସ, 250 ପୋଲିସ ଅଫିସର ଓ 13 ଜଣ ଏସପି ର୍ୟାଙ୍କର ଅଫିସର ଏହି ସୁରକ୍ଷା ଦାୟିତ୍ବରେ ରହିବେ । ସେହିପରି ରାଷ୍ଟ୍ରପତିଙ୍କ ଗସ୍ତ ଦେଖି ବଡ଼ ଦାଣ୍ଡର ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରବିବାର ସନ୍ଧ୍ୟାରୁ ସୋମବାର ଦିନ 12 ଟା ଯାଏ ସମସ୍ତ ଦୋକାନ ବଜାର ବନ୍ଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.