ETV Bharat / state

ଅତ୍ୟାବଶ୍ୟକ ସାମଗ୍ରୀ ଦର ଧାର୍ଯ୍ୟ କଲା ପୁରୀ ପ୍ରଶାସନ

author img

By

Published : Apr 12, 2020, 10:58 AM IST

ଅତ୍ୟାବଶ୍ୟକ ସାମଗ୍ରୀ ଦର ଧାର୍ଯ୍ୟ କଲା ପୁରୀ ପ୍ରଶାସନ । ଦର ତାଲିକା ଦୋକାନରେ ଲଗାଇବା ବାଧ୍ୟତା ମୂଳକ । ଅଧିକ ପଢନ୍ତୁ.....

The Puri administration has set prices for essential goods
ଅତ୍ୟାବଶ୍ୟକ ସାମଗ୍ରୀ ଦର ଧାର୍ଯ୍ୟ କଲା ପୁରୀ ପ୍ରଶାସନ

ପୁରୀ: ଅତ୍ୟାବଶ୍ୟକ ସାମଗ୍ରୀର ଦର ଧାର୍ଯ୍ୟ କଲା ପୁରୀ ପ୍ରଶାସନ । ଲକଡାଉନ କଟକଣାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଚଢା ଦରରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିଲେ । ଏପରି ଅଭିଯୋଗ ଆସିବା ପରେ,ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି । ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ କେହି ବିକ୍ରି କଲେ ସେମାନଙ୍କ ବିରୋଧୀରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏପରିକି ସମ୍ପୃକ୍ତ ଦୋକାନୀ ଓ ଗୋଦାମ ମାଲିକଙ୍କୁ ଗିରଫ କରାଯିବା ସହ ଦୋକାନ ସିଲ କରିବାକୁ ପ୍ରଶାସନ ଚେତାବନୀ ଦେଇଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ ଓ ମାର୍କେଟ ଇନ୍ସପେକ୍ଟର ବିଭିନ୍ନ ତେଜରାତି ଦୋକାନ,ଗୋଦାମ ବୁଲି ଦର ଯାଞ୍ଚ କରିବା ସହ ଷ୍ଟକର ତାଲିକା ପ୍ରସ୍ତୁତ କରିଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀ1 କିଲୋଦର
ଏ ଗ୍ରଡ ଅରୁଆ ଚାଉଳ 27-38
ଏ ଗ୍ରଡ ଉଷୁନା ଚାଉଳ 36
ଚକି ଅଚା 35
ମିଲ ଅଟା 18
ଡାଲି 65-72
ତେଲ 78-115
ଚିନି 42
ଆଳୁ 22
ପିଆଜ 28

ତେବେ ଦର ତାଲିକା ସବୁ ଦୋକାନରେ ଲଗାଇବାକୁ କୁହାଯାଇଛି । ଏହି ଦର ତାଲିକା ନ ଲଗାଇଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସେପଟେ କୋରୋନା ସହାୟତା ବଣ୍ଟନରେ ଅନିୟମିତତା ଅଭିଯୋଗରେ ପୁରୀ ପୌରାଞ୍ଚଳର ପିଡ଼ିଏସ ରିଟେଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି । ଏବେ ପିଡ଼ିଏସ ବଣ୍ଟନ ଦାୟିତ୍ବ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.