ପୁରୀ: ପୁରୀରେ ଦି ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ଅଧିକାରୀ ସଂଘର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବୀମାକୁ ଆହୁରି ଲୋକାଭିମୁଖୀ କରିବା, ସବୁ ବ୍ୟକ୍ତିଙ୍କୁ ଭଲ ବୀମା ସେବା ପ୍ରଦାନ ପାଇଁ ଦାବି ରଖିଛି ସଂଘ । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଅଧୀନରେ ଥିବା ୪ଟି ପ୍ରମୁଖ ବୀମା କମ୍ପାନୀକୁ ଏକତ୍ର କରି ଗୋଟିଏ କମ୍ପାନୀ କରିବା, ସାଧାରଣ ବୀମା କମ୍ପାନୀ ଗୁଡିକର ଇନସ୍ୟୁରାନ୍ସ ଅଫିସରଙ୍କ ସମସ୍ୟା ଓ ଦାବି ସଂପର୍କରେ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଏବେ ଘରୋଇ କମ୍ପାନୀମାନେ ବୀମା ବ୍ୟବସାୟରେ ଅଧିକ ଲାଭବାନ ହେଉଥିବା ବେଳେ ସରକାରୀ ବୀମା କମ୍ପାନୀଗୁଡ଼ିକ ଭଲ ପ୍ରଦର୍ଶନ କରିପାରୁ ନାହିଁ । ଏଣୁ ୪ଟି ରାଷ୍ଟ୍ରାୟତ ବୀମା କମ୍ପାନୀକୁ କେନ୍ଦ୍ର ସରକାର ଏକତ୍ର କରି ଏକ ବୃହତ୍ ବୀମା କମ୍ପାନୀ ଗଠନ କଲେ ଦେଶର ଲାଭ ସହ ଲୋକଙ୍କ ଲାଭ ହୋଇପାରିବ ।
ଏହାମଧ୍ୟ ପଢନ୍ତୁ: ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଏମିତି କରନ୍ତୁ ଯୋଜନା
ଗତ ୨୦୧୮ ବଜେଟରେ ଏନେଇ ପ୍ରସ୍ତାବ ଆସିଥିବା ବେଳେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି । ସେହିପରି ୪ଟି ରାଷ୍ଟ୍ରାୟତ ବୀମା କମ୍ପାନୀରେ ଖାଲି ଥିବା ପଦବୀ ପୂରଣ ପାଇଁ ଦାବି କରାଯାଇଛି । ନୂଆ କର୍ମଚାରୀଙ୍କ ପାଇଁ ୧୯୯୫ ମସିହା ଭଳି ପେନସନ ବ୍ୟବସ୍ଥା, ଅବସର କର୍ମଚାରୀଙ୍କୁ ବର୍ଦ୍ଧିତ ପେନ୍ସନ୍, ଫ୍ୟାମିଲ ପେନ୍ସନ୍ ବୃଦ୍ଧି ମଧ୍ୟ ଦାବି ଉଠିଛି । ଏହାକୁ କେନ୍ଦ୍ର ସରକାର ପୂରଣ କରିବାକୁ ଦି ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ଅଧିକାରୀ ସଂଘ କହିଛି ।
ଏହାମଧ୍ୟ ପଢନ୍ତୁ : ଚାଷୀ ନାଁରେ କୋଟି କୋଟି ଟଙ୍କାର ଠକେଇ: 14 ଗିରଫ, ଆଗକୁ ବଢିପାରେ ଗିରଫଦାରୀ
କମ୍ପାନୀ ପକ୍ଷରୁ ସରକାରଙ୍କୁ ଡିଭିଡେଣ୍ଡ ଏବଂ ଟ୍ୟାକ୍ସ ଭାବରେ କୋଟି କୋଟି ଟଙ୍କା ଦିଆଯାଉଛି । ଏଣୁ ଇନସ୍ୟୁରାନ୍ସ କମ୍ପାନୀ ଅଧିକାରୀଙ୍କ ମୌଳିକ ଦାବିଗୁଡିକ ପୂରଣ ପାଇଁ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଆଲୋଚନା କରାଯାଇଛି । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ଭୁବନେଶ୍ୱର ୟୁନିଟ୍ ସଭାପତି ଏସ୍ କେ ମାଝୀ, ସମ୍ପାଦକ ଅମିତ୍ କୁମାର, ଦୀପଙ୍କର ବର୍ଦ୍ଧନ, ବିଷ୍ଣୁ ଅଗ୍ରୱାଲ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ସମ୍ମିଳନୀରେ ସାଧାରଣ ବୀମା ଶିଳ୍ପ ଏବଂ କମ୍ପାନୀ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଥିଲା ।
ଇଟିଭି ଭାରତ, ପୁରୀ