ପୁରୀ : ପୁରୀ ଶ୍ରୀମନ୍ଦିର ପରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ସ୍ଥିତି ଯାଞ୍ଚ କରିଛି ଏନଏସଜି ଟିମ । ତିନି ଜଣିଆ ଏନଏସଜି ଟିମ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋଣାର୍କ ମନ୍ଦିରର ଚାରିପାଖ ବୁଲି ଦେଖିବା ସହ ହେଲି ପ୍ୟାଡ଼ ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ ।
ତେବେ ଏହି ପ୍ରକ୍ରିୟା ଏନଏସଜି ପକ୍ଷରୁ ନିୟମିତ ଚାଲୁ ରହିବ । ବିଭିନ୍ନ ଐତିହ୍ୟ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସମେତ କିଭଳି ଆହୁରି ଅଧିକ ସୁରକ୍ଷା ବ୍ୟବସ୍ଥା ହୋଇ ପାରିବ ସେନେଇ ଏନଏସଜି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥାଏ । ପରେ ସରକାର ଏହି ପରାମର୍ଶ ନେଇ ସୁରକ୍ଷା ବ୍ୟବସ୍ଥା ଅଧିକ ବଢ଼ାଇଥାନ୍ତି । ଦୁଇ ଦିନ ଧରି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ଆଜି କୋଣାର୍କ ମନ୍ଦିର ସୁରକ୍ଷା ସ୍ଥିତି ଯାଞ୍ଚ କରିଛନ୍ତି ଏନଏସଜି ଟିମ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ