ETV Bharat / state

ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ଜିଲ୍ଲା ବିଜେପି

author img

By

Published : Dec 13, 2020, 4:57 PM IST

ପୁରୀ ବାସେଳୀ ସାହି ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ କଡା କାର୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ଜିଲ୍ଲା ବିଜେପି
ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ଜିଲ୍ଲା ବିଜେପି

ପୁରୀ: ପୁରୀ ବାସେଳୀ ସାହି ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଲା ବିଜେପି । ଏହି ମାମଲାରେ ସରକାର ଏସପି ଓ ଆଇଆଇସିଙ୍କୁ ବଦଳି କରିଥିବା ବେଳେ ମାମଲାର ଏକ ମାସ ପରେ ମଧ୍ୟ କୌଣସି ବ୍ୟକ୍ତିଙ୍କ ବିରୋଧରେ ଏଯାଏଁ ପଦକ୍ଷେପ ନିଆଯାଇନାହିଁ ।

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ମୃତ କେ.ରମେଶର ଶରୀରରେ ଆଘାତର ଚିହ୍ନଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି କହିଛି ବିଜେପି । ଏଭଳି ସ୍ଥିତରେ ହାଜତ ମୃତ୍ୟୁ ଘଟଣାର ପ୍ରକୃତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଦଣ୍ଡବିଧାନ କରିବାକୁ ଦାବି କରିଛି ଜିଲ୍ଲା ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ପୂର୍ବତନ ସଭାପତି ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.