ETV Bharat / state

ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ସହରକୁ ଏକ ନମ୍ବର କରିବାକୁ ଜିଲ୍ଲାପାଳଙ୍କ ଆହ୍ବାନ - puri district collector

ପୁରୀକୁ ସ୍ବଚ୍ଛ ସର୍ବେକ୍ଷଣରେ ଏକ ନମ୍ବର କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ । ଏହି ସର୍ଭେରେ ପୁରୀକୁ ଉତ୍ତମ ସଫଳତା ଦେବା ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି।

ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ
ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ
author img

By

Published : Feb 1, 2021, 8:52 PM IST

ପୁରୀ: ସ୍ବଚ୍ଛ ଭାରତ ଅଭିଯାନ ସର୍ଭେ ଆରମ୍ଭ ହୋଇଯାଇ ଥିବାବେଳେ ପୁରୀକୁ ସ୍ବଚ୍ଛ ସର୍ବେକ୍ଷଣରେ ଏକ ନମ୍ବର କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ । ଏହି ସର୍ଭେରେ ପୁରୀକୁ ଉତ୍ତମ ସଫଳତା ଦେବା ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି।

ସମର୍ଥ ବର୍ମାଙ୍କ ଭିଡିଓ ବାର୍ତ୍ତା

ସମସ୍ତ ୱାର୍ଡରେ କମିଟି ଗଠନ କରି ସାହି ବାସିନ୍ଦାଙ୍କ ଜରିଆରେ ସଫେଇ ଅଭିଯାନ ଜୋରଦାର କରିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଅନ୍ୟପଟେ ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ସାହି ଗଳିକନ୍ଦି ବୁଲି ବାସିନ୍ଦା ଓ କମିଟି ସଦସ୍ୟଙ୍କ ମତାମତ ନେଇଛନ୍ତି।

ସେପଟେ ପୁରୀ ପୌରସଂସ୍ଥା ପକ୍ଷରୁ ପୁରୀ ସହରକୁ ସ୍ବଚ୍ଛ ସର୍ବେକ୍ଷଣରେ ଏକ ନମ୍ବର କରିବା ନିମନ୍ତେ ଗଠନ ହୋଇଥିବା ଲେନ କମିଟି ମାନଙ୍କୁ ଆହ୍ବାନ ଦିଆଯାଇଛି । ସାହିରେ ସଫେଇ ହେବା, ଅଳିଆ ଗାଡି ଠିକ ସମୟରେ ଆସୁଛି କି ନାହିଁ, ତାହା ଅନୁଧ୍ୟାନ କରିବା, ସଫେଇ କର୍ମଚାରୀ ନିୟମିତ ଆସୁଛନ୍ତି କି ନାହିଁ, ତାହା ନଜର ରଖିବା ସମେତ ସଫେଇକୁ ମାନୁ ନଥିବା ଅମାନିଆଙ୍କ ଉପରେ ନଜର ରଖି ଏହାକୁ ଠିକ କରିବା ଓ ପ୍ରଶାସନକୁ ଖବର ଦେବାକୁ କୁହାଯାଇଛି।

ପ୍ରତି ରବିବାର ସାମୁହିକ ସଫେଇରେ କମିଟି ସଦସ୍ୟ ସାହି ଲୋକଙ୍କୁ ଯୋଡି ସଫେଇ ଅଭିଯାନ କରିବାକୁ ଜିଲ୍ଲାପାଳ ଏକ ଭିଡିଓ ବାର୍ତା ଦେଇଛନ୍ତି। ଏଭଳି କାର୍ଯ୍ୟ ହେଲେ ପୁରୀ ସହର ଖୁବଶୀଘ୍ର ସ୍ବଚ୍ଛତାକୁ ନେଇ ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିବ ବୋଲି ସେ ମତ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.