ETV Bharat / state

ରଥ ନିର୍ମାଣ ପାଇଁ ଦଶମ ପର୍ଯ୍ୟାୟରେ ପୁରୀରେ ପହଞ୍ଚିଲା 30 ଖଣ୍ଡ କାଠ

author img

By

Published : May 2, 2020, 10:12 PM IST

ପୁରୀରେ ପହଞ୍ଚିଲା ଦଶମ ପର୍ଯ୍ୟାୟରେ ରଥ କାଠ । ବୌଦ୍ଧ ବନଖଣ୍ଡରୁ ଆସିଲା 30ଟି 12 ଫୁଟିଆ ଅସନ କାଠ । ଅଧିକ ପଢନ୍ତୁ.....

The chariot wood of the tenth phase reached Puri
ରଥ ନିର୍ମାଣ ପାଇଁ ଦଶମ ପର୍ଯ୍ୟାୟରେ ପୁରୀରେ ପହଞ୍ଚିଲା 30 ଖଣ୍ଡ କାଠ

ପୁରୀ: ରଥ ନିର୍ମାଣ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ପୁରୀରେ ପହଞ୍ଚିଛି ରଥକାଠ । ଶନିବାର ଦଶମ ପର୍ଯ୍ୟାୟରେ ଏକ କାଠ ଟ୍ରିପ ଆସି ବଡ଼ ଦାଣ୍ଡରେ ପହଞ୍ଚିଛି । 30ଟି 12 ଫୁଟିଆ ଅସନ କାଠ ଏକ ଟ୍ରକରେ ଆସିଛି । ବୌଦ୍ଧ ବନଖଣ୍ଡରୁ ଏହି ରଥକାଠ ଆସିଛି । ଏଯାବତ୍‌ ରଥ ଖଳାରେ 345 ଖଣ୍ଡ କାଠ ପହଞ୍ଚି ଥିବାବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ କାଠ ମଧ୍ୟ ଆସିବ ବୋଲି ତିନି ରଥର ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି ।

ବରିଷ୍ଠ ତତ୍ତ୍ବାବଧାରକ ମେକାପ କୁହନ୍ତି କି, ପ୍ରତି ବର୍ଷ ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ହୋଇଥାଏ । ପୂର୍ବ ବର୍ଷ ଠାରୁ ୧୯୩ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଚ୍ଛିତ ରହିଥିଲା । ଚଳିତ ବର୍ଷ ଆଉ ୬୭୨ ଖଣ୍ଡ କାଠର ଅବଶ୍ୟକତା ରହିଛି । । ବାକି ଆବଶ୍ୟକ କାଠ ଖୁବ୍‌ ଶୀଘ୍ର ପହଞ୍ଚିବ ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.