ବ୍ରହ୍ମଗିରି: ମହାମାରୀ କୋରୋନାରେ କୃଷକଙ୍କୁ ଅଣଦେଖା ହେଉଛି। ତେଣୁ କୃଷକଙ୍କ ସମସ୍ୟା ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଛି । ଦେଶର ମହାବିପତ୍ତି ସମୟରେ ସମସ୍ତଙ୍କୁ ସରକରୀ ସହାୟତା ଯୋଗାଇ ଦିଆଯାଉଥିବା ବେଳେ କୃଷକଙ୍କୁ ଅଣଦେଖା କରାଯାଉଛି ।
ଏନେଇ ଅଖିଳ ଭାରତୀୟ କୃଷକ ସମନ୍ବିତ କମିଟି ତରଫରୁ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଯାଇଛି ସଂଗଠନ । ଏଥିରେ କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି ।
ବ୍ରହ୍ମଗିରିରୁ ଦେବାଷିଶ ଦାସ, ଇଟିଭି ଭାରତ