ETV Bharat / state

ଶ୍ରୀମନ୍ଦିରରେ ଚଢି ବାନା ଖୋଲିବା ଘଟଣା ପରେ ଚେତିଲା ପ୍ରଶାସନ

ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଚ଼ଢି ଜଣେ ନାବାଳକ ପତାକା ଖୋଲିବା ଘଟଣାକୁ ଗୁରୁତର ସହ ନେଇଛି ମନ୍ଦିର ପ୍ରଶାସନ । ଗତ ଏପ୍ରିଲ 20ରେ ଦାୟିତ୍ବରେ ଥିବା ତିନି ଜଣ ଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀଙ୍କୁ ଏହି ମାମଲାରେ ନୋଟିସ ଜାରି ହୋଇଛି ।

author img

By

Published : Apr 26, 2019, 9:06 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚ଼ଢି ଜଣେ ନାବାଳକ ପତାକା ଖୋଲିବା ଘଟଣାକୁ ଗୁରୁତର ସହ ନେଇଛି ମନ୍ଦିର ପ୍ରଶାସନ । ଗତ ଏପ୍ରିଲ 20ରେ ଦାୟିତ୍ବରେ ଥିବା ତିନି ଜଣ ଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀଙ୍କୁ ଏହି ମାମଲାରେ ନୋଟିସ ଜାରି ହୋଇଛି । ପନ୍ଦର ଦିନ ଭିତରେ ନୋଟିସର ଜବାବ ଦାଖଲ କରିବା ପାଇଁ ଏଥିରେ ଉଲ୍ଲେଖ ରହିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ପୁରୀ

ପତାକା ଖୋଲିଥିବା ନାବାଳକକୁ ପୋଲିସ ଅଟକ ରଖିଛି । ତଥାପି ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ମନ୍ଦିର ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସେପଟେ ଏପରି ଘଟଣା ଯେପରି ପୁନଃର୍ବାର ନଘଟେ ସେଥିପାଇଁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ।

ମନ୍ଦିରର ଚତୁଃପାର୍ଶ୍ବ ଆଲୋକୀକରଣ କରିବା ସହ ସମସ୍ତ ସ୍ଥାନରେ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ବଡ ସିଂହାର ବେଳେ ଯେପରି ମନ୍ଦିର ପୋଲିସ ସହ ଓଡିଶା ପୋଲିସ ସୁରକ୍ଷା ବ୍ଯବସ୍ଥାରେ ରହୁଛନ୍ତି ସେପରି ମହାପ୍ରଭୁଙ୍କ ପହଡ ବେଳକୁ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ସେହିପରି 21 ଦିନଧରି ହେବାକୁ ଥିବା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସହ ପାରିପାର୍ଶ୍ବିକ ବ୍ଯବସ୍ଥାକୁ ସୁଦୃଢ କରିବାକୁ ବୈଠକରେ ସ୍ଥିର କରିଥିବା କହିଛନ୍ତି ଶ୍ରୀ ମହାପାତ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.