ETV Bharat / state

ପ୍ରଦୂଷଣ ମୁକ୍ତ ବିଶ୍ବ ଅଭିଯାନ, ସାମିଲ ହେଲେ ଆବାଳ ବୃଦ୍ଧ ବନିତା

ସବୁଜ ଓ ପ୍ରଦୂଷଣ ମୁକ୍ତ ବିଶ୍ବର ସ୍ବପ୍ନ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବଡ ଅଭିଯାନ । ଚନ୍ଦ୍ରଭାଗା ବେଳାଭୂମି ସଫେଇରୁ ଆରମ୍ଭ ହୋଇଛି ଏହି ଅଭିଯାନ । ଛାତ୍ରଛାତ୍ରୀଠୁ ଯୁବପୀଢି, ମହିଳା, ବୁଦ୍ଧିଜୀବୀ ଆଦି 500 ଜଣ ଏଥିରେ ସାମିଲ ହୋଇଛନ୍ତି ।

author img

By

Published : Nov 18, 2019, 12:03 PM IST

ସବୁଜ ଓ ପ୍ରଦୂଷଣ ମୁକ୍ତ ବିଶ୍ବ ଅଭିଯାନ

ପୁରୀ: ଏବେ ସମୟ ବିଶ୍ବକୁ ପ୍ରଦୂଷଣ ମୁକ୍ତ ସବୁଜ ବନାନୀ କରିବାର । କାରଣ ସ୍ବଚ୍ଛ ପରିବେଶ ସୁସ୍ଥ ଶରୀର । କେବଳ ଜଣେ ନୁହେଁ ଏହି ଦୃଢ ଲକ୍ଷ୍ୟ ନେଇ ସମସ୍ତେ ପରିବେଶକୁ ସ୍ବଚ୍ଛ କରିବା ପାଇଁ ଶପଥ ନେବାକୁ ପଡିବ । ଏହି ବାର୍ତ୍ତା ନେଇ ସୋମବାର କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଛି ସବୁଜ ଓ ପ୍ରଦୂଷଣ ମୁକ୍ତ ବିଶ୍ବ ଅଭିଯାନ ।

ସବୁଜ ଓ ପ୍ରଦୂଷଣ ମୁକ୍ତ ବିଶ୍ବ ଅଭିଯାନ, ସାମିଲ ହେଲେ ଆବାଳ ବୃଦ୍ଧ ବନିତା

ଏଥିରେ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଜଳ ବାୟୁ ପ୍ରଦୂଷଣ ସାରା ବିଶ୍ବରେ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଆମ ଉତ୍ତର ପିଢ଼ୀଙ୍କ ପାଇଁ ଏହା ଶୁଭଙ୍କର ନୁହେଁ । ଏଥିପାଇଁ ସମସ୍ତେ ମିଳିମିଶି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ବୋଲି ଆହ୍ବାନ ଦେଇଛନ୍ତି ମନ୍ତ୍ରୀ ।

ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଛାତ୍ର ଛାତ୍ରୀ , ଯୁବ ଗୋଷ୍ଠୀ , ମହିଳା ଏସ ଏଚ ଜି , ବୁଦ୍ଧିଜୀବୀ , ପରିବେଶବିତ ପ୍ରମୁଖ 5 ଶହରୁ ଅଧିକ ସାମିଲ ହୋଇଛନ୍ତି। ସୁର୍ଯ୍ୟ ମନ୍ଦିର ସମ୍ମୁଖରୁ ଏକ ଶୋଭା ଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା। ପରେ ଚନ୍ଦ୍ରଭାଗା ବେଳାଭୂମି ସଫେଇ, ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ବୃକ୍ଷ ରୋପଣ କରାଯାଇଛି। ବ୍ୟାପକ ବୃକ୍ଷରୋପଣ ଦ୍ବାରା ହିଁ ଏ ପୃଥିବୀରୁ ଗ୍ଲୋବାଲ ୱାର୍ମିଙ୍ଗ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ରକ୍ଷା କରାଯାଇ ପାରିବ ବୋଲି ଏହି କାର୍ଯ୍ୟକ୍ରମ ଦ୍ବାରା ବିଶ୍ବକୁ ବାର୍ତ୍ତା ଦିଆଯାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପ୍ରଦୂଷଣ ମୁକ୍ତ ଅଭିଯାନBody:କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖ ରୁ ସବୁଜ ଓ ପ୍ରଦୂଷଣ ମୁକ୍ତ ବିଶ୍ୱ ଅଭିଯାନ ଆରମ୍ଭ ହୋଇଛି। ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜଳ ବାୟୁ ପ୍ରଦୂଷଣ ସାରା ବିଶ୍ୱ ରେ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଆମ ଉତ୍ତର ପିଢ଼ି ଙ୍କ ପାଇଁ ଏହା ଶୁଭଙ୍କର ନୁହେଁ। ଏବେ ସମୟ ଆସଚି ଆମେ ସମସ୍ତେ ମିଳିମିଶି ପରିବେଶ ପ୍ରଦୂଷଣ କୁ ମୁକ୍ତ ରଖିବା ପାଇଁ ଶପଥ ନେବାକୁ ପଡିବ ବୋଲି କହିଥିଲେ ମନ୍ତ୍ରୀ ସମୀର ଦାସ । ପ୍ରେରଣା ଇଣ୍ଟର ନେସନାଲ ଗ୍ରୀନ ଆର୍ମି ପକ୍ଷରୁ ଆୟୋଜିତ ଏହି ଅଭିଯାନ ରେ ଛାତ୍ର ଛାତ୍ରୀ , ଯୁବ ଗୋଷ୍ଠୀ , ମହିଳା ଏସ ଏଚ ଜି , ବୁଦ୍ଧିଜୀବୀ , ପରିବେଶବିତ ପ୍ରମୁଖ 5 ଶହ ରୁ ଅଧିକ ସାମିଲ ହୋଇ ଥିଲେ। ସୁର୍ଯ୍ୟ ମନ୍ଦିର ସମୂଖ ରୁ ଏକ ଶୋଭା ଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା। ପରେ ଚନ୍ଦ୍ର ଭାଗା ବେଳାଭୂମି ସଫେଇ, ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ବୃକ୍ଷ ରୋପଣ କରାଯାଇ ଥିଲା। ବ୍ୟାପକ ବୃକ୍ଷ ରୋପଣ ଦ୍ୱାରା ହିଁ ଏ ପୃଥିବୀ ରୁ ଗ୍ଲୋବାଲ warming ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ରକ୍ଷା କରାଯାଇ ପାରିବ ବୋଲି ଏହି କାର୍ଯ୍ୟକ୍ରମ ଦ୍ୱାରା ବିଶ୍ୱ କୁ ବାର୍ତା ଦିଆଯାଇଥିଲା।

ବାଇଟ,, ସମୀର ଦାସ ,, ଗଣଶିକ୍ଷାମନ୍ତ୍ରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.