ETV Bharat / state

ନିର୍ବାଚନ ପୂର୍ବରୁ ରୋଚକ ପୁରୀ ରାଜନୀତି, ବିଜେଡି ପ୍ରତିଷ୍ଠା ଦିବସ ଏକାଠି ପାଳିଲେ ମହେଶ୍ବର ଓ ଶୁଭାଶିଷ ଗୋଷ୍ଠୀ

BJD Foundation Day: ସାଧାରଣ ନିର୍ବାଚନ ପୂର୍ବରୁ ରୋଚକ ମୋଡ଼ ନେଇଛି ପୁରୀ ରାଜନୀତି । ବିଜେଡି ପ୍ରତିଷ୍ଠା ଦିବସକୁ ଏକାଠି ପାଳନ କରିଛନ୍ତି ଦୁଇ କଟ୍ଟର ମହେଶ୍ବର ମହାନ୍ତି ଓ ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ । ଅଧିକ ପଢ଼ନ୍ତୁ...

author img

By ETV Bharat Odisha Team

Published : Dec 26, 2023, 9:53 PM IST

ଏକାଠି ହେଲେ ମହେଶ୍ବର ଓ ଶୁଭାଶିଷ ଗୋଷ୍ଠୀ
ଏକାଠି ହେଲେ ମହେଶ୍ବର ଓ ଶୁଭାଶିଷ ଗୋଷ୍ଠୀ
ଏକାଠି ହେଲେ ମହେଶ୍ବର ଓ ଶୁଭାଶିଷ ଗୋଷ୍ଠୀ

ପୁରୀ: ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି 27ତମ ପ୍ରତିଷ୍ଠା ଦିବସ । ତେବେ ପୁରୀ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଜିଲ୍ଲା ବିଜେଡି ପକ୍ଷରୁ ନରେନ୍ଦ୍ର କୋଣସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ କ୍ରମେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ଓ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ । ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୀର୍ଘ ଦିନ ଧରି ଏହି ଦୁଇ ଗୋଷ୍ଠୀ ମଧ୍ୟରେ ମତାନ୍ତର ଥିଲା । ଏପରିକି ସମାନ୍ତରାଳ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଶଙ୍ଖ ଭବନରେ ଦଳର ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା କରାଯାଇ ଏହାର ସମାଧାନ ପରେ ଆଜି ପ୍ରତିଷ୍ଠା ଦିବସରେ ଉଭୟ ଗୋଷ୍ଠୀକୁ ଏକାଠି ଦେଖିବାକୁ ମିଳିଛି ।

ଆଜି ପ୍ରତିଷ୍ଠା ଦିବସରେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭିଡିଓ କଲ କରି ଉଭୟ ସୁନୀଲ ଓ ଶୁଭାଶିଷଙ୍କୁ ଧନ୍ୟବାଦ ଜଣାଇବା ସହ ଦଳ ପାଇଁ ଏକ ହୋଇ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ସମସ୍ତ ନେତା ଓ କର୍ମୀ ଦଳ ପାଇଁ କାମ କରି ଦଳକୁ ଜିତାଇବାକୁ ଉଦ୍ୟମ କରନ୍ତୁ ବୋଲି ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହେଶ୍ବରଙ୍କ ପୁଅ ସୁନୀଲ ମହାନ୍ତି କହିଛନ୍ତି, "ଦଳ ସବୁବେଳେ ଏକ ଥିଲା, ଅଛି ଓ ରହିବ । ବାପା ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବହୁତ କିଛି କରିଯାଇଛନ୍ତି । ଦଳ ମୋତେ ଯେଉଁ ଦାୟିତ୍ଵ ଦେବ, ମୁଁ ନିଷ୍ଠାର ସହ କାମ କରିବି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ପ୍ରତିଷ୍ଠା ଦିବସ: ନିଜକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଶପଥ ନେଲେ କର୍ମୀ

ଅନ୍ୟପଟେ 'ଓଡିଶା ମୋ ପରିବାର' ପୁରୀ ଜିଲ୍ଲାର ସଂଯୋଜକ ତଥା ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭିଡିଓ କଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିଥିଲେ । ମହେଶ୍ଵରଙ୍କ ଗୋଷ୍ଠୀ ସହ ସବୁବେଳେ ଟକ୍କର ଦେଉଥିବା ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ଦଳର ଜଣେ ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ସବୁ କର୍ମୀ । ଏଣୁ ଆମ ଭିତରେ କୌଣସି ବିଭେଦ ନାହିଁ । ଆମେ ଏକ ହୋଇ କାର୍ଯ୍ୟ କରିବା । ପୁଣି ବିଜେଡିକୁ ପୁରୀ ବିଧାନସଭା ଆସନରେ ଜିତାଇବା ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ପ୍ରତିଷ୍ଠା ଦିବସ: ସାଇକେଲ ଶୋଭାଯାତ୍ରା ସହ ନାନା କାର୍ଯ୍ୟକ୍ରମ ଆୟୋଜିତ

ଆଗକୁ ନିର୍ବାଚନ ଥିବାବେଳେ ପୁରୀରେ ମହେଶ୍ଵର ଓ ଶୁଭାଶିଷଙ୍କ ଗୋଷ୍ଠୀକୁ ମିଶାଇବା ପାଇଁ ସବୁ ଉଦ୍ୟମ କରୁଛି ବିଜେଡି । ପୂର୍ବ ନିର୍ବାଚନରେ ଦଳରେ ଏହି ଫାଟ ପାଇଁ ବିଜେଡି ହାରିଥିଲା । ତେଣୁ ବିଜେଡିର ବଡ଼ ନେତାଙ୍କ ମଧ୍ୟରେ ଚିନ୍ତା ବଢ଼ି ଚାଲିଥିଲା । ଏବେ ନିର୍ବାଚନ ପୂର୍ବରୁ ମହେଶ୍ଵର ଓ ଶୁଭାଶିଷଙ୍କ ଗୋଷ୍ଠୀ ମଧ୍ୟରେ ଫାଟରେ ମାଟି ଲେସି ସମାନ କରିବାକୁ ବିଜେଡି ଉଦ୍ୟମ ଆରମ୍ଭ କରିଥିବା ବେଳେ ଏହା କେତେ ସଫଳ ହେଉଛି, ତାହାକୁ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.