ETV Bharat / state

ଜନ୍ମବେଦୀରେ ସରିଲା ଲୀଳାଖେଳା: ଆଜି ମହଣ ମହଣ ସୁନାରେ ଝଟକିବେ ଶ୍ରୀଜିଉ

author img

By

Published : Jun 29, 2023, 7:27 AM IST

ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ରଥ ଉପରେ ଭକ୍ତଜନଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ଅଧିକ ପଢନ୍ତୁ

ଆଜି ମହାପ୍ରଭୁଙ୍କ ସୁନାବେଶ
ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ: ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡିଛନ୍ତି ମହାପ୍ରଭୁ । ଆଜି ଗୁରୁବାର ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ବା ବଡତଡାଉ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ଝଟକିବେ ଶ୍ରୀଜିଉ । ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ନୀତି ନିର୍ଘଣ୍ଟ ଅନୁଯାୟୀ, ଅପରାହ୍ନ ୫ଟାରୁ ଭକ୍ତମାନେ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କୁ ସୁନାବେଶର ଦର୍ଶନ କରିବେ । ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡା ମାଳି, ବାହାଡା ମାଳି, ତାବିଜ ମାଳି, ହରିଡା ମାଳି, ବାଘନଖୀ ମାଳି, କଦମ୍ବ ମାଳି, ସେବତୀ ମାଳି, ହଳମୁଷକ, ତିଳକ, ଚକ୍ର, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ତଡଗି ଓ ଓଡ଼ିଆଣୀ ଇତ୍ୟାଦି ଆଭୂଷଣରେ ଆଭୂଷିତ ହେବେ ମହାପ୍ରଭୁ । କାଳିଆ ସାଆନ୍ତେଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବୁଧବାର ମହାପ୍ରଭୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଲୀଳାଖେଳା ସାରି ଭାଇଭଉଣୀକୁ ସାଙ୍ଗରେ ନେଇ ରଥରେ ବାହୁଡିଛନ୍ତି । ସନ୍ଧ୍ୟାରେ ସିଂହଦ୍ବାରା ସମ୍ମୁଖରେ ତିନି ରଥ ଲାଗିଛି । ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ବାରରେ ଲାଗିଥିଲା । ଶେଷରେ ଘର୍ଘର ନାଦ କରି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗଡି ଆସିଥିଲା । ଗତକାଲି ପାଗ ଅନୁକୂଳ ଥିବାବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଫଟୋରେ ବାହୁଡ଼ା ଖବର: ଦେଖନ୍ତୁ ବାହୁଡ଼ା ଯାତ୍ରାର ସମ୍ପୂର୍ଣ୍ଣ ଦୃଶ୍ୟ

ଆଜି ସୁନାବେଶକୁ ଅପେକ୍ଷା କରିଛନ୍ତି ଭକ୍ତ । ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଜନଙ୍କ ମନମୋହିବେ ଚତୁର୍ଦ୍ଧାମୂରତି । ଅପରାହ୍ନ ୫ଟାରୁ ସୁନାବେଶ ଅନୁଷ୍ଠିତ ହେବ । ନାନା ରତ୍ନଖଚିତ ଅଳଙ୍କାରରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି କୃତ୍ୟ କୃତ୍ୟ ହେବ ଅଗଣିତ ଭକ୍ତ । ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ହେଲେ ବର୍ଷକୁ କେବଳ ଥରେ ମାତ୍ର ସିଂହଦ୍ବାରଠାରେ ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ତିନି ରଥରେ ରଥାରୂଢ ଠାକୁରଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୂଷଣ ଲାଗି କରିଥାନ୍ତି । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.