ପୁରୀ: ଦ୍ରୁତ ଗତିରେ ବଢିଚାଲିଛି କୋରୋନା ସଂକ୍ରମଣ । ଏପରି ଏକ ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ ହେଉଛି ବଡ ଅସ୍ତ୍ର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ।
ଏଥିସହ ମାସ୍କର ଗୁରୁତ୍ବପୂର୍ଣ୍ଣତା ବାବଦରେ ମଧ୍ୟ ଲୋକଙ୍କୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ଏନେଇ ଏକ ସୁନ୍ଦର ଚିତ୍ରକଳା ଆଙ୍କିଛନ୍ତି । ନିଜ କଳା ମାଧ୍ୟମରେ ସେ ଲୋକଙ୍କୁ ଠିକ୍ ଭାବରେ ମାସ୍କ ପରିଧାନ କରିବାକୁ ଅପିଲ କରିବା ସହ 'ନିଜ ଜୀବନ, ନିଜ ହାତରେ ବାର୍ତ୍ତା ଦେଇଛନ୍ତି' ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ