ETV Bharat / state

ଖରାପ ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ - matric

ଖରାପ ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଛାତ୍ରୀ ଜଣକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

Student suicide attempt over poor matriculation results in puri
ଖରାପ ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Jun 28, 2021, 3:07 PM IST

ପୁରୀ : ଖରାପ ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀରେ । ମାଟ୍ରିକ ରେଜଲ୍ଟ ଖରାପ ହେବାରୁ ଜଣେ ଛାତ୍ରୀ ନିଜ ମାନସିକ ଭରସାମ୍ୟ ହରାଇ ହାତ କାଟି ଦେଇଛନ୍ତି । ତେବେ ସଠିକ ସମୟରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବାରୁ ସେ ସୁସ୍ଥ ଥିବା ଜଣାପଡିଛି ।

ଖରାପ ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଜଣକ ହେଉଛନ୍ତି ପୁରୀ ମଧୁବନସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରଜ୍ବଳିତା ପ୍ରିୟ ଦର୍ଶିନୀ । ଏହି ଘଟଣାରେ ତାଙ୍କ ସହପାଠୀ ଓ କିଛି ଅଭିଭାବକ ଯାଇ ସ୍କୁଲ ଆଗରେ ଧାରଣା ଦେଇଛନ୍ତି । ବୋର୍ଡ କର୍ତ୍ତୃପକ୍ଷ ଖାମ ଖିଆଲି ନୀତି ଯୋଗୁଁ ଉକ୍ତ ସ୍କୁଲରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଥିଲେ ମଧ୍ୟ ଉପଯୁକ୍ତ ମାର୍କ ମିଳି ପାରିନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ ତୀବ୍ର ଅସନ୍ତୋଷ ଵ୍ୟକ୍ତ କରିଛନ୍ତି ।

ଚଳିତ ମାଟ୍ରିକ ପରୀକ୍ଷାରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଭଲ ପାଇଁ ମାର୍କ ଅଧିକ ଦିଆଯାଇ ଥିବାବେଳେ ଘରୋଇ ସ୍କୁଲ ପ୍ରତି ବୋର୍ଡ କର୍ତ୍ତୃପକ୍ଷ ବୈମାତୃକ ମନୋଭାବ ପରିପୋଷଣ କରିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତୁରନ୍ତ ବୋର୍ଡ କର୍ତ୍ତୃପକ୍ଷ ତ୍ରୁଟିପୂର୍ଣ୍ଣ ମାର୍କକୁ ଚେକିଂ କରି ଉପଯୁକ୍ତ ମାର୍କ ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.