ETV Bharat / state

ମହାପ୍ରଭୁଙ୍କ ସୁନାବେଶ ନୀତି ବିଳମ୍ବ ନେଇ ଦ୍ବିତୀୟ ସମୀକ୍ଷା ବୈଠକ - srimandira administration

ମହାପ୍ରଭୁଙ୍କ ସୁନାବେଶ ନୀତି ବିଳମ୍ବ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ....

ମହାପ୍ରଭୁଙ୍କ ସୁନବେଶ ନୀତି ବିଳମ୍ବ ନେଇ ଦ୍ବିତୀୟ ସମୀକ୍ଷା ବୈଠକ

author img

By

Published : Jan 31, 2021, 3:40 PM IST

ପୁରୀ: ପୌଷ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ ନୀତି ବିଳମ୍ବ ପ୍ରସଙ୍ଗ ନେଇ ଦ୍ବିତୀୟ ସମୀକ୍ଷା ବୈଠକ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରବିବାର ଏହି ବୈଠକଟି ଅନୁଷ୍ଠିତ ହୋଇଛି । ଏଥିରେ ମେକାପ ନିଯୋଗ ସେବାୟତମାନେ ଉପସ୍ଥିତ ଅଛନ୍ତି । ଗତ 28 ତାରିଖ ଦିନ ମହାପ୍ରଭୁଙ୍କ ସୁନାବେଶ ସମୟରେ କେଉଁ କାରଣରୁ ନୀତି ବିଭ୍ରାଟ ହୋଇଥିଲା ସେନେଇ ଆଲୋଚନା କରାଯାଇଛି ।

ମହାପ୍ରଭୁଙ୍କ ସୁନବେଶ ନୀତି ବିଳମ୍ବ ନେଇ ଦ୍ବିତୀୟ ସମୀକ୍ଷା ବୈଠକ

ଶନିବାର ପୁଷ୍ପାଳକ ନିଯୋଗଙ୍କ ଉପସ୍ଥିତିରେ ପ୍ରଥମ ସମୀକ୍ଷା ବୈଠକ କରାଯାଇଥିଲା । ଯେଉଁଥିରେ ପ୍ରଶାସନିକ ଅବହେଳା କାରଣରୁ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ ଘଟିଛି ବୋଲି ଅଭିଯୋଗ ଆଣିଥିଲେ ସିଂହାରୀ ନିଯୋଗ । ଅନ୍ୟପଟେ ଶ୍ରୀମନ୍ଦିର ସତ୍ବଲିପି ଅନୁଯାୟୀ କେବଳ 3 ଜଣ ପୁଷ୍ପାଳକ ସେବାୟତଙ୍କୁ ବେଶ ପାଇଁ ଅନୁମତି ପ୍ରଦାନ କରାଯାଏ ବୋଲି ମେକାପ ନିଯୋଗ ପକ୍ଷରୁ କୁହାଯାଇଛି ।

ପୁଷ୍ୟାଭିଷେକ ଦିନ ଦୁଇ ସେବାୟତ ଗୋଷ୍ଠୀଙ୍କ ଗଣ୍ଡଗୋଳ ଯୋଗୁଁ ସୁନାବେଶ ନୀତିରେ ଚାରି ଘଣ୍ଟା ବିଳମ୍ବ ଘଟିଥିଲା । ରତ୍ନ ସିଂହାସନ ଉପରେ ଆବଶ୍ୟକତାଠାରୁ ଅଧିକ ସିଂହାରୀ ସେବାୟତଙ୍କ ଉପସ୍ଥିତି ନେଇ ଭଣ୍ଡାର ମେକାପ ମହାପ୍ରଭୁଙ୍କ ଅଳଙ୍କାର ହସ୍ତାନ୍ତର କରିବାକୁ ଅରାଜି ହୋଇଥିଲେ । ଉଭୟ ନିଯୋଗ ନିଜ ନିଜ ଜିଦରେ ଅଟଳ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କ ଦ୍ବାରା ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ମହାପ୍ରଭୁଙ୍କ ବେଶ ନୀତିରେ ପୁଣି ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.