ETV Bharat / state

ଆମାଜନ ବିକ୍ରି କରୁଛି ନିର୍ମାଲ୍ୟ, ସିଂହଦ୍ଵାର ଥାନାରେ ଏତଲା

author img

By ETV Bharat Odisha Team

Published : Nov 22, 2023, 10:41 PM IST

ମହାପ୍ରଭୁଙ୍କ ନିର୍ମାଲ୍ୟକୁ ଅନଲାଇନରେ ବିକ୍ରି ନେଇ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଖୁଣ୍ଟିଆ ନିଯୋଗ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏହି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

servitor files complain
ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ
ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ

ପୁରୀ: ପୁଣି ଆମାଜନର ମନମାନି । ମହାପ୍ରଭୁଙ୍କ ନିର୍ମାଲ୍ୟକୁ ଅନଲାଇନରେ ବିକ୍ରି କରୁଥିବା ଅଭିଯୋଗରେ ସିଂହଦ୍ଵାର ଥାନାରେ ଏତଲା । ଛାମୁ ଖୁଣ୍ଟିଆ ନିଯୋଗ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଶମ୍ଭୁନାଥଙ୍କ ଅଭିଯୋଗ ଅନୁଯାୟୀ, "ଆମାଜନ୍ ଅନଲାଇନ ମାଧ୍ୟମରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ଖଜା ଓ ତୁଳସୀ ବିକ୍ରି କରୁଛି । ଏହାର ଦାମ ୧୫ ଶହ ଟଙ୍କା ଥିବାବେଳେ ରିହାତି ଆକାରରେ ୭୯୯ ଟଙ୍କା ନେଉଛି ।" ତେବେ ଶ୍ରୀମନ୍ଦିର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଅନଲାଇନ ସଂସ୍ଥାକୁ ଏଭଳି ବେଆଇନ ଭାବେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରିବାକୁ ଅନୁମତି ଦିଆଯାଇନଥିବାବେଳେ କାହା ନିର୍ଦ୍ଦେଶରେ ସେ ଏଭଳି ଚଢା ଦରରେ ବିକ୍ରି କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶମ୍ଭୁନାଥ ।

ଏନେଇ ଆମାଜନ୍ ମାଲିକଙ୍କ ବିରୋଧରେ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ଵାର ଥାନାରେ ଏତଲା ଦେଇଥିବାବେଳେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ପୂର୍ବରୁ ମଧ୍ୟ 'ଶାଳଗ୍ରାମ ଶିଳା' ଓ 'ଉତ୍ସବ ଆପ୍' ମହାପ୍ରଭୁଙ୍କ ନାଁରେ ମହାପ୍ରସାଦ ଓ ଶାଳଗ୍ରାମ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ଏଭଳି ଅସାଧୁ ଅନଲାଇନ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି ।

ଏହା ବି ପଢନ୍ତୁ...ଶାଢୀରେ ଜଗନ୍ନାଥ ଓ ରଥଯାତ୍ରା ଚିତ୍ରଣକୁ ନେଇ ବିବାଦ, ମହାପ୍ରଭୁଙ୍କୁ ଅସମ୍ମାନ ନେଇ ତୀବ୍ର ଅସନ୍ତୋଷ

ଏହା ବି ପଢନ୍ତୁ...ବିବାଦ ପରେ ବଦଳିଲା ବ୍ରାହ୍ମଣ ଶ୍ମଶାନ ନାଁ, ତାଲା ଖୋଲିବାକୁ କେଁ

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ପ୍ରଶାସନକୁ ନରସିଂହଙ୍କ ପ୍ରଶ୍ନ- ଶ୍ରୀମନ୍ଦିର ଆସନ୍ତୁ ନାହିଁ ବୋଲି ଉପଦେଶ ଦେବାକୁ ସେମାନେ କିଏ ?

ସେବାୟତ ଶମ୍ଭୁନାଥ ଖୁଣ୍ଟିଆ କହିଛନ୍ତି, "ଅନ ଲାଇନରେ ଭକ୍ତଙ୍କୁ ମହାପ୍ରସାଦ ବିକ୍ରି ନାଁରେ ଠକେଇ କରାଯାଉଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଚୁପ୍ ବସିଛି । ଏନେଇ କୌଣସି ଆଇନଗତ ପଦକ୍ଷେପ ନେଉନାହିଁ। ଯାହା ଫଳରେ କେତେକ ବ୍ୟକ୍ତି ଭକ୍ତଙ୍କ ଭାବାବେଗ ସହ ଖେଳୁଥିବାବେଳେ ଅନ ଲାଇନରେ ମହାପ୍ରସାଦ ବିକ୍ରି ନାମରେ ଭକ୍ତ ମାନଙ୍କ ଠାରୁ ବିପୁଳ ପରିମାଣରେ ଟଙ୍କା ଲୁଟୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ଏପର୍ଯ୍ୟନ୍ତ ଚୁପ୍ ବସିଛି । ଫଳରେ ଠକେଇ ବଢ଼ି ଚାଲିଛି ।" ସେପଟେ ଏହି ଅଭିଯୋଗ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର। ସେ କହିଛନ୍ତି, "ଏ ଅଭିଯୋଗ ଆଧାରରେ ତଦନ୍ତ ହେବ। ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.