ETV Bharat / state

ରତ୍ନସିଂହାସନ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ଆସନ୍ତା 22 ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ଆଜି ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

author img

By

Published : Mar 17, 2021, 3:43 PM IST

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ପୁରୀ: ଆସନ୍ତା 22 ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି (ବୁଧବାର) ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଷ୍ଟ୍ରପତି 22 ତାରିଖ ମଧ୍ୟାହ୍ନ 12 ଟାରୁ ଗୋଟାଏ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ସମୟ ସ୍ଥିର କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଏହି ସମୟରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପର୍ଣ୍ଣ କରାଯାଇ ମହାପ୍ରଭୁ ମଇଲମ ହୋଇ ରତ୍ନସିଂହାସନରେ ବିରାଜିତ ଥିବେ । ରାଷ୍ଟ୍ରପତି ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ମତ ଦେଇଛି ଛତିଶାନିଯୋଗ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ । ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ, ଅଧିକାରୀ ଓ ସେବାୟତ ମାନଙ୍କର କୋଭିଡ ଟେଷ୍ଟ କରାଯିବ ।

କୋଭିଡ ନେଗେଟିଭ ରହିଥିବା ସେବାୟତ ଓ ଅଧିକାରୀ ରାଷ୍ଟ୍ରପତିଙ୍କ ସହ ଯାଇ ଦର୍ଶନ କରିବେ । ଗତ 2018 ମସିହା ମାର୍ଚ୍ଚ 18 ତାରିଖରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସିଥିବା ବେଳେ ଏହା ତାଙ୍କର ଦ୍ୱିତୀୟ ଗସ୍ତ । ଆଜି ଛତିଶାନିଯୋଗ ବୈଠକରେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଆଲୋଚନାରେ ଭାଗ ନେଇଥିବା ବେଳେ ରାଷ୍ଟ୍ରପତି ଭବନର ସୁପାରିଶ ଆଧାରରେ ତାଙ୍କୁ ରାଷ୍ଟ୍ରପତିଙ୍କ ସହ ଯିବାର ଅନୁମତି ମିଳିବ ବୋଲି ନିଷ୍ପତ୍ତି ହୋଇଛି । ଆଜିର ଛତିଶାନିଯୋଗ ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧି, ଏସପି ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.