ETV Bharat / state

Hockey world cup: ପୁରୀରେ ସ୍ଵତନ୍ତ୍ର ବ୍ୟବସ୍ଥା, ସମୁଦ୍ରକୂଳେ ପ୍ରତିଟି ମ୍ୟାଚର ମଜା ନେବେ ଦର୍ଶକ

ଆସନ୍ତାକାଲି ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ । ଏହାର ସିଧାପ୍ରସାରଣ ଏଲଇଡି ମାଧ୍ୟମରେ ଦେଖିବେ ପୁରୀବାସିନ୍ଦା । ଅଧିକ ପଢନ୍ତୁ

Hockey world cup
Hockey world cup
author img

By

Published : Jan 10, 2023, 8:02 PM IST

ପୁରୀ: ଓଡିଶା ଆୟୋଜନ କରୁଛି ୨୦୨୩ ର ପୁରୁଷ ହକି ବିଶ୍ବକପ। ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି ବିବିଧ କାର୍ଯ୍ୟକ୍ରମ । ଚଳିତ ମାସ ୧୧ ତାରିଖ ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିରେ ବଲିଉଡ କଳାକାର ରଣବୀର ସିଂ, ଦିଶା ପଟାନୀ , ଗାୟକ ପ୍ରିତମ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କ୍ରିଡା ବିଭାଗ ସୂତ୍ରରୁ ପ୍ରକାଶ ।

ତେବେ ଏହାର ସିଧା ପ୍ରସାରଣ ଏକ ବିରାଟ ଏଲ ଇ ଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ଯାହା "ସିଟି ଫେଷ୍ଟ ଇନ୍ ଓଲିସ୍ ଲ୍ୟାଣ୍ଡ" ନାମରେ ନାମିତ ହୋଇଛି ସେଠାରେ ବ୍ୟବସ୍ଥା କରା ଯାଇଛି । ସେଠାରେ ମଧ୍ୟ ବିଶ୍ୱକପର ଏକ ପ୍ରତିକୃତି ସ୍ଥାପିତ ହୋଇଛି । ଏଥି ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ରିଡା ପ୍ରତିଯୋଗିତା, ଫୁଡ ପାର୍କ ର ଆୟୋଜନ କରାଯାଇଛି । ଅପରପକ୍ଷରେ ଜାନୁଆରୀ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନରେ ବିଶ୍ୱକପର ସମସ୍ତ ମ୍ୟାଚର ସିଧା ପ୍ରସାରଣ କରାଯି ବ। ମ୍ୟାଚର ବିରତି ସମୟରେ ସାଂସ୍କୃତିକ ଓ କ୍ରିଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ସେହିପରି ସମସ୍ତ ବ୍ଲକ, ଏନ ଏ ସି ଓ ପଞ୍ଚାୟତ ମାନଙ୍କ ରେ ମଧ୍ୟ ଏଲ ଇ ଡି ଟିଭି ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମ ଏବଂ ବିଶ୍ୱକପର ସମସ୍ତ ମ୍ୟାଚ ର ସିଧା ପ୍ରସାରଣ ର କରାଯିବ । ଆଜି ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର , ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କୁମାର ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.